fbpx

ଆର୍ଯ୍ୟନ୍-ଅରବାଜଙ୍କ ବେଲ୍ ଖାରଜ କରି କୋର୍ଟ କହିଲେ- ଜାମିନ୍ ମିଳିବା ପରେ ପୁଣି କରିବେ ଏହି ଅପରାଧ

ମୁମ୍ବାଇ: କ୍ରୁଜ୍ ଡ୍ର୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କ ସମେତ ତିନିଜଣ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଖାରଜ ହୋଇଯାଇଛି । କୋର୍ଟ ବେଲ୍ ଖାରଜ କରି ଜଜ୍ ବିବି ପଟେଲ୍ କହିଛନ୍ତି ଯେ, ତିନି ଜଣ ଡ୍ରଗ୍ସ ମାମଲାରେ ଅଡ଼ୁଆରେ ଫସିଛନ୍ତି । ଏହି ସମୟରେ ସେମାନଙ୍କୁ ଯଦି ଜାମିନ୍ ଦିଆଯାଏ ତେବେ ସେମାନେ ପୁଣି ଏହି ଅପରାଧ କରିପାରନ୍ତି । ଏହାପରେ ନାକୋଟିକ୍ସ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ(ଏନଡିପିସି) ଆକ୍ଟ ଅଧୀନରେ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନ ଖାନ୍ ଓ ଅନ୍ୟ ଦୁଇଜଣ ଅଭିଯୁକ୍ତଙ୍କ ଜାୀକିନ୍ କୁ ଖାରଜ କରିଛନ୍ତି ।

ଗତ ସପ୍ତାହରେ ଅଦାଲତ ଆର୍ଯ୍ୟନ୍ ଖାନ୍, ଅରବାଜ୍ ମଚେଣ୍ଟ୍ ଏବଂ ମୁନମୁନ ଧମେଚାଙ୍କ ଆବେଦନରେ ଶୁଣାଣି କରିବା ସମୟରେ ନିଜର ନିଷ୍ପତ୍ତିକୁ ସୁରକ୍ଷିତ ରଖିଥିଲେ । ୧୮ ପୃଷ୍ଠାର ଆଦେଶରେ ନ୍ୟାୟାଧୀଶ ବିବି ପଟେଲ୍ କହିଥିଲେ ଯେ, ରେକର୍ଡରେ ଥିବା ପ୍ରମାଣକୁ ଦେଖି ଏହା କୁହାଯାଇନପାରେ ଯେ, ଆବେଦକ ନମ୍ବର-୧ ଆର୍ଯ୍ୟନ୍ ଖାନ୍, ଆବେଦକ ନମ୍ବର-୨ ଅରବାଜ୍ ମର୍ଚେଣ୍ଟ ଏବଂ ଆବେଦକ ନମ୍ବର-୩ ମୁନମୁନ୍ ଧମେଚା ନିର୍ଦ୍ଦୋଶ ଏବଂ ସେମାନେ ଏଠାରୁ ବାହାରିବା ପରେ ପୁଣି ଅପରାଧ କରିପାରନ୍ତି ।

Get real time updates directly on you device, subscribe now.