fbpx
BJD
BJD SKY
BJD SKY

କୋଭିଡ୍‌ ହେଲ୍ପଲାଇନ୍‌ ନମ୍ବରକୁ ଆସୁଛି ଫେକ୍‌ କଲ୍‌; ମହିଳା କର୍ମଚାରୀ ସହ ଅଶ୍ଳୀଳ ଭାଷାରେ କଥା ହେଉଛନ୍ତି ଅମାନିଆ, ଥାନାରେ ଅଭିଯୋଗ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌) : କୋଭିଡ୍‌ ପାଇଁ ଖୋଲିଥିବା ଜରୁରୀକାଳୀନ ହେଲ୍ପଲାଇନ୍‌ ନମ୍ବର ୧୦୪କୁ ଆସୁଛି ଫେକ୍‌ କଲ୍‌ । ଏନେଇ ୧୦୪ ପକ୍ଷରୁ ସହିଦନଗର ଥାନାରେ ଅଭିଯୋଗ ହୋଇଛି । କଲ୍‌ ସେଂଟରର ମହିଳା କର୍ମଚାରୀ ଓ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି ।ଏଥିସହ ଟାଇମ୍ ପାସ୍ କରୁଛନ୍ତି କିଛି ଅଭ୍ୟସ୍ତ ବ୍ୟକ୍ତି।  ଏନେଇ ୧୦୪ ହେଲ୍‌ ଲାଇନ୍‌ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତଜା ହେଲଥ୍‌ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଲିଖିତ ଅଭିଯୋଗ ହୋଇଛି । ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ରହିଛି । ଏଥିମଧ୍ୟରୁ ଗୋଟିଏ ନମ୍ବରରୁ ୪୯୨ ଥର, ଅନ୍ୟ ଏକ ନମ୍ବରରୁ ୨୦୧ ଥର କଲ ଆସିଥିବା ଉଲ୍ଲେଖ ରହିଛି । ଦଶଟି ନମ୍ବରରୁ ୧୦୦ରୁ ଅଧିକ ଥର କଲ ଆସିଥିବା ଅଭିଯୋରେ ଲେଖାଯାଇଛି । ୨୦୨୧ ଜାନୁଆରୀରୁ ମେ’ ମାସ ମଧ୍ୟରେ ଏହି ସବୁ କଲ ଆସିଛି ।

Get real time updates directly on you device, subscribe now.