fbpx

ଓଜନ କମାଇବାରେ ସାହାଯ୍ୟ କରେ ଭିନେଗାର

ଘରେ ଭିନେଗାର ବିଭିନ୍ନ ଉପାୟରେ ବ୍ୟବହୃତ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଭିନେଗାର ସାହାଯ୍ୟରେ ଆପଣ ଆପଣଙ୍କର ଓଜନ ମଧ୍ୟ ହ୍ରାସ କରିପାରିବେ । ଭିନେଗାର ପାଣି ବ୍ୟବହାର କରି ଆପଣ ପ୍ରତିଦିନ ଆପଣଙ୍କ ଶରୀରରେ ପରିବର୍ତ୍ତନ ଦେଖିପାରିବେ ।

ଏକ ରିପୋର୍ଟ ମୁତାବକ ଭିନେଗାରର ମୁଖ୍ୟ ଉପାଦାନ ଏସିଟିକ୍ ଏସିଡ୍ ଶରୀରରେ ଚର୍ବି ଜମାହେବାକୁ ରୋକିଥାଏ । ସେଥିପାଇଁ ଏହାକୁ ପିଇବା ଦ୍ୱାରା ମୋଟାପଣ ହ୍ରାସ ହୋଇଥାଏ ।

ଭିନେଗାର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପେଟ ପୂରିଲା ପୂରିଲା ପରି ଅନୁଭବ ହୁଏ । ତେଣୁ ଆପଣ ଅତିରିକ୍ତ କ୍ୟାଲୋରୀ ଖାଇବା ଠାରୁ ରକ୍ଷା ପାଇପାରିବେ ।

ଯଦିଓ ଭିନେଗାର ଓଜନ ହ୍ରାସ କରିବାରେ ସହାୟକ ହୁଏ, କିନ୍ତୁ ଏହା ଅତ୍ୟଧିକ ଅମ୍ଳୀୟ ଅର୍ଥାତ୍ ଏସିଡିକ୍ ହୋଇଥାଏ । ସେଥିପାଇଁ ଏହାକୁ ପାଣିରେ ନମିଶାଇ କେବେବି ପିଇବା ଉଚିତ୍ ନୁହେଁ ।

Get real time updates directly on you device, subscribe now.