fbpx

ସଞ୍ଜୟଲୀଲା ଭନ୍‌ସାଲୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟର ପ୍ରଥମ ପୋଷ୍ଟର ରିଲିଜ୍‌, ‘ହୀରା ମଣ୍ଡି’କୁ ନେଇ ଚର୍ଚ୍ଚା ଆରମ୍ଭ

ମୁମ୍ବାଇ (ଭାସ୍କର ନ୍ୟୁଜ୍): ସିଦ୍ଧ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭନସାଲି ବଲିଉଡ୍‌କୁ ‘ଦେବଦାସ୍‌’ , ‘ବାଜିରାଓ ମସ୍ତାନୀ’ ଓ ‘ପଦ୍ମାବତ୍‌’ ଭଳି ଅନେକ ସୁରହିଟ୍‌ ଫିଲ୍ମ ଦେବା ପରେ ଏବେ ଓଟିଟି ପ୍ଲାଟଫର୍ମରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କର ପରବର୍ତ୍ତି ପ୍ରୋଜେକ୍ଟ ପାଇଁ ସେ ନେଟଫ୍ଲିକ୍ସ ସହିତ ହାତ ମିଳାଇଛନ୍ତି । ନିକଟରେ ତାଙ୍କର ବଲିଉଡରେ ୨୫ ବର୍ଷ ପୁରିଥିବା ବେଳେ ସଞ୍ଜୟଲୀଲା ଭନସାଲୀ ଏବେ ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ ‘ହୀରା ମଣ୍ଡି’ରେ ବ୍ୟସ୍ତ ଅଛନ୍ତି । ସେ ଏହାର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍‌ କରିଛନ୍ତି ।

ସୂଚନା ଅନୁଯାୟୀ, ଭନସାଲୀଙ୍କ ଡେବ୍ୟୁ ସିରିଜ୍‌ ‘ହୀରା ମଣ୍ଡି’ ରେ ରିଚା ଚଢା କାମ କରିବାକୁ ଯାଉଛନ୍ତି । ଏହି ପ୍ରୋଜେକ୍ଟ ସମ୍ପର୍କରେ ରିଚା ଚଢା ସଞ୍ଜୟଲୀଲା ଭନସାଲୀଙ୍କ ସହିତ ସାକ୍ଷାତ କରିଥିଲେ । ଏହାକୁ ନେଇ ଭନସାଲୀଙ୍କ ଡ୍ରିମ୍‌ ପ୍ରୋଜେକ୍ଟ କୁହାଯାଉଛି । ଯାହାକୁ ସେ ଗତ ୧୨ ବର୍ଷ ଧରି ସମ୍ପୂର୍ଣ୍ଣ କରିବାକୁ ଚେଷ୍ଟା କରୁଛନ୍ତି । ଏହି ୱେବ୍‌ ସିରିଜ୍‌ ରେ ପ୍ରେମ , ପ୍ରତାରଣା , ଉତ୍ତରାଧିକାରୀ ଓ ରାଜନୀତି ଦେଖାଯିବ । ଭନସାଲୀ ଏହାକୁ ତାଙ୍କର ଏପର୍ଯ୍ୟନ୍ତ କ୍ୟାରିୟରର ମାଇଲ୍‌ ଖୁଣ୍ଟ ବୋଲି କହିଛନ୍ତି । ତେବେ ଏହି ସିରିଜକୁ ନେଇ ଭନସାଲୀ କହିଛନ୍ତି, ଏହା ଏକ ମହାକାବ୍ୟ, ଯାହା ଲାହୋରର ଦରବାରୀ ଉପରେ ଆଧାରିତ ପ୍ରଥମ ସିରିଜ୍‌ । ଯାହାକୁ ପ୍ରସ୍ତୁତ କରିବାକୁ ମୁଁ ବହୁତ ନର୍ଭସ ଅଛି , ଏହା ସହିତ ମୁଁ ବହୁତ ଉତ୍ସାହିତ ମଧ୍ୟ ଅଛି । ମୁଁ ନେଟଫ୍ଲିକ୍ସ ସହିତ ମୋର ସହଭାଗୀତା କରି ‘ହୀରା ମଣ୍ଡି’କୁ ସାରା ବିଶ୍ୱରେ ଦର୍ଶକଙ୍କ ପାଖକୁ ଆଣିବା ପାଇଁ ଉତ୍ସାହିତ ଅଛି ।

ଭନସାଲୀଙ୍କ ଏହି ପ୍ରୋଜେକ୍ଟର ସୂତ୍ରରୁ ଜଣାପଡିଛି ଯେ ଏହି ୱେବ୍‌ ସିରିଜ୍‌ ଭନସାଲୀଙ୍କ ତତ୍ତ୍ୱବଧାନରେ ପ୍ରସ୍ତୁତ ହେବ ଓ ପ୍ରାରମ୍ଭରେ ସେ କିଛି ଏପିସୋଡ୍‌ ଗୁଡିକୁ ନିଜେ ନିର୍ଦ୍ଦେଶନା ଦେବେ । କିନ୍ତୁ ପରବର୍ତ୍ତୀ ଏପିସୋଡ ଗୁଡିକ ଅନ୍ୟ ନିର୍ଦ୍ଦେଶକଙ୍କ ଦ୍ୱାରା ନିର୍ଦ୍ଦେଶିତ ହେବ । ଏହି ୱେବ୍‌ ସିରିଜରେ ଉଭୟ ହୁମା କ୍ୟୁରେଶି ଓ ସୋନାକ୍ଷୀ ସିହ୍ନା ସେକ୍ସ ୱାର୍କରଙ୍କ ଭୂମିକାରେ ନଜର ଆସିବେ । ସେମାନଙ୍କ ବ୍ୟତୀତ ଏଥିରେ ଅନେକ କଳାକାର ମଧ୍ୟ ଅଭିନୟ କରିବେ । ଏହାର କାହାଣୀ ଭାରତ ଓ ପାକିସ୍ଥାନ ବିଭାଜନ ସମୟରେ ବେଶ୍ୟାମାନଙ୍କ ଜୀବନ ଓ ସେମାନଙ୍କ ଧନୀ ଗ୍ରାହକଙ୍କ ଜୀବନ ଉପରେ ଆଧାରିତ ।

Get real time updates directly on you device, subscribe now.