fbpx

ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ: ବାଇକ୍‌ ଆଗରେ କାର୍ ରଖିଲେ, ତଳକୁ ଓହ୍ଲାଇ ମରଣାନ୍ତକ ଆକ୍ରାମଣ କରି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ, ୨ଗୁରୁତର ଏସସିବିରେ ଭର୍ତ୍ତି

ବାରଙ୍ଗ (ଭାସ୍କର ନ୍ୟୁଜ୍‌):  ବାରଙ୍ଗ-ବାଙ୍କୀ ମୁଖ୍ୟ ରାସ୍ତା ସିଆଇଏସଏଫ ବଜାର ନିକଟରେ ଥିବା ଏଚଡିଏଫସି ବ୍ୟାଙ୍କ ସମ୍ମୁଖରେ ୩ଜଣ ଦୁବୃତ୍ତ ମରଣାତ୍ମକ ଆକ୍ରମଣରେ ୨ଜଣ ଆହତ ହୋଇଥିବା ଜଣାପଡିଛି । ସିଆଇଏସ୍‌ଏଫ୍‌ ବଜାର ନିକଟରୁ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଦୁବୃର୍ତ୍ତ ମାନେ କାରଟିକୁ ସେମାନଙ୍କ ବାଇକ ଆଗରେ ରଖି ହଠାତ କାରରୁ ଓହ୍ଲାଇ ଯୁବକମାନଙ୍କୁ ମରଣାତ୍ମକ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

ଖବରରୁ ପ୍ରକାଶ ଯେ, ବୁଧବାର ଅପରାହ୍ନ ୫ଟା ସମୟରେ ଗୋଡିସାହି ଗ୍ରାମର ମୋହନ ସାହୁ(୨୦),ବିଶ୍ୱ ରଞ୍ଜନ ବିଶ୍ୱାଳ(୨୧), ନିରୁ ଓ ମାନସ ନାମକ ୪ଜଣ ଯୁବକ ବାଇକ ଯୋଗେ ସିଆଇଏସଏଫ ବଜାର ନିକଟକୁ ଯାଇଥିଲେ ।ତେବେ ସେଠାରେ ସେମାନେ ଜଳଖିଆ ଖାଇ ବାଇକ ଯୋଗେ ଘରକୁ ଫେରୁଥିବାବେଳେ ଦୁବୃର୍ତ୍ତମାନେ ଆକ୍ରମଣ କରିଥିଲେ । ଫଳରେ ଭୁଜାଲିମାଡରେ ମୋହନ ସାହୁ,ବିଶ୍ୱ ରଞ୍ଜନ ବିଶ୍ୱାଳ ଆହତ ହୋଇ ରକ୍ତାକ୍ତ ଅବସ୍ଥାରେ କଟକ ସିଟି ହସ୍ପପିଟାଲରେ ଭର୍ତ୍ତି ଚିକିତ୍ସିତ ହୋଉଛନ୍ତି । ଖବର ଲେଖାହେଲାବେଳକୁ ଏସଂକ୍ରାନ୍ତରେ ପରିବାର ପକ୍ଷ୍ୟରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

Get real time updates directly on you device, subscribe now.