fbpx

ପୁଣି ମା’ ହେବାକୁ ମଲାଇକାଙ୍କ ମନ: ଏଥର ପୁଅ ନୁହେଁ.. ଝିଅ ଦରକାର !

ମୁମ୍ବାଇ (ଭାସ୍କର ନ୍ୟୁଜ୍):  ମଲାଇକା ଅରୋରାଙ୍କ ଘରକୁ ଆସିବ ନୂଆ ଅତିଥି । ଏନେଇ ଆରମ୍ଭ ହୋଇଛି ସଜବାଜ । ପୁଣି ଥରେ ମା’ ହେବା ପାଇଁ ମନ କରିଛନ୍ତି ମଲାଇକା । ହେଲେ ଏଥର କିନ୍ତୁ ତାଙ୍କୁ ଆଉ ପୁଅ ଦରକାର ନାହିଁ, ତାଙ୍କୁ କୁଆଡେ ଏବେ ଝିଅ ଦରକାର । ଜଣେ କନ୍ୟା ସନ୍ତାନର ମା’ ହେବା ପାଇଁ ଇଚ୍ଛା ରଖିଛନ୍ତି ବଲିଉଡର ହଟ୍‌ ଆଣ୍ଡ ସିଜଲିଂ ଅଭିନେତ୍ରୀ ମଲାଇକା ଅରୋରା । ଏନେଇ ସେ ନିଜେ ସୂଚନା ଦେଇଛନ୍ତି ।

ବଲିଉଡର ସବୁଠାରୁ ଫିଟ୍‌ ଆଣ୍ଡ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ମଲାଇକା । ସ୍ୱାମୀ ଅରବାଜ ଖାନ୍‌ଙ୍କ ଠାରୁ ଅଲଗା ହେବା ପରେ ସେ ଏବେ ପୁଣି ଥରେ ମା’ ହେବାକୁ ମନ କରିଛନ୍ତି । ସେ ଜଣେ କନ୍ୟା ସନ୍ତାନକୁ ଆଡପ୍ଟ କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ନିକଟରେ ଇ-ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରେ ମଲାଇକା କହିଛନ୍ତି, ସେ ଜଣେ ଝିଅର ମା’ ହେବା ପାଇଁ ଚାହୁଁଛନ୍ତି । ଏଥିପାଇଁ ସେ ତାଙ୍କ ପୁଅ ଅରହାନ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି । ମଲାଇକା ତାଙ୍କ ପୁଅ ଅରହାନଙ୍କୁ ବେଶ୍‌ ଭଲ ପାଆନ୍ତି । ସେ ମଧ୍ୟ ଜଣେ ଭଉଣୀ ଚାହୁଁଥିବା ମଲାଇକା କହିଛନ୍ତି ।

ମଲାଇକା ଆହୁରି କହିଛନ୍ତି, ‘ତାଙ୍କର ଅନେକ ଘନିଷ୍ଠ ବନ୍ଧୁମାନେ ମଧ୍ୟ ଛୁଆ ଆଡପ୍ଟ କରିଛନ୍ତି । ଏହା ଜାଣି ବେଶ ଖୁସି ଲାଗେ ଯେ ପିଲାମାନେ ଆପଣଙ୍କ ଜୀବନରେ ସୁଖ ଆଣିଥାନ୍ତି । ଆମେ କିରି ଦିନେ ଏକ ଶିଶୁକୁ ଆଡପ୍ଟ କରି ଏବଂ ତାଙ୍କୁ ପରିବାର ଏବଂ ଘର ଦେଇପାରିବା, ସେନେଇ ମୁଁ ମୋ ପୁଅ ଅରହାନଙ୍କ ସହ ବହୁତ କଥାବାର୍ତ୍ତା କଲି । ଆମେ ସବୁ ବିଷୟରେ ଆଲୋଚନା କରିଥିଲୁ । କିନ୍ତୁ ବର୍ତ୍ତମାନ ଏବେ ସେ ଭଳି କିଛି ଯୋଜନା ନାହିଁ ବୋଲି ମଲାଇକା କହିଛନ୍ତି । ।

Get real time updates directly on you device, subscribe now.