fbpx

୯ ପ୍ରତିଶତରେ ପହଞ୍ଚିଛି ରାଜ୍ୟର ସଂକ୍ରମଣ ହାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କୋଭିଡ୍ ମହାମାରୀକୁ ନେଇ ମିଳିଛି ଆଶ୍ୱସ୍ତିକର ଖବର । ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କୋଭିଡ୍ ସଂକ୍ରମଣ ହାର । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଗୋଟିଏ ସମୟ ଥିଲା ଆମର ୨୩% ଉପରେ ସଂକ୍ରମଣ ହାର ରହୁଥିଲା । ସଂକ୍ରମଣ ହାର ହ୍ରାସ ପାଇ ୯ ପ୍ରତିଶତରେ ପହଞ୍ଚି ଯାଇଛି । ସେତେବେଳେ ଟେଷ୍ଟିଂ କମ୍ ଥିଲା, ଏବେ ଟେଷ୍ଟିଂ ଗୁରୁତ୍ୱ ଦେଇ ବଢ଼ାଇଛୁ । ଏଥିରୁ ଜଣାପଡ଼ୁଛି ଆମ ସଂକ୍ରମଣ କମୁଛି, ଆମ ସର୍ଭେଲାନ୍ସ କାମ ଦେଇଛି । ସଂକ୍ରମଣ ବ୍ରେକ ପାଇଁ ଯେଉଁ ପ୍ରୟାସ ଥିଲା, ତାହା ସଫଳ ହୋଇଛି । ସଂକ୍ରମଣ ଏହିପରି ଭାବରେ କମିଲେ, ୭ରୁ ୮ ଦିନ ଭିତରେ ଲକ୍ଷ୍ୟରେ ପହଞ୍ଚିବା ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୦୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୦୮୧ ରହିଛି । ସେହିପରି ଭାବରେ ଷ୍ଟେଟ୍ ପୁଲର ସଂଖ୍ୟା ୨୦୭ ରହିଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି । ଏହାସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.