ଆସନ୍ତା ମାସରେ ଆସିପାରେ ପିଲାଙ୍କ ପାଇଁ କୋଭିଡ୍ ଟିକା: ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ
ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଆସିପାରେ ପିଲାଙ୍କ ପାଇଁ କୋଭିଡ୍ ଟିକା । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭେୟ ମଙ୍ଗଳବାର କହିଛନ୍ତି ପିଲାଙ୍କ ପାଇଁ କୋଭିଡ୍ ଭାକ୍ସିନ ଆସନ୍ତା ମାସରେ ଲଞ୍ଚ ହୋଇପାରେ । ବିଜେପି ପାର୍ଲିଆମେଣ୍ଟାରୀ ପାର୍ଟିର ଏକ ବୈଠକରେ ଯୋଗଦେବା ଅବସରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।
ଭାରତ ବାୟୋଟେକ ପକ୍ଷରୁ ପିଲାଙ୍କ ଉପରେ ଟିକାକରଣର ଟ୍ରାଏଲ ଚାଲୁଥିବା ଏବଂ ଏହାର ଫଳାଫଳ ସେପ୍ଟେମ୍ବରରେ ଆସିବା ନେଇ ଗତ ସପ୍ତାହରେ ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଥିଲେ । ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ୨-୬ ବର୍ଷର ପିଲାଙ୍କ ଉପରେ କୋଭାକ୍ସିନ ଟ୍ରାଏଲ ଚାଲୁରହିଛି ।
ମେ ୧୨ ଡିସିଜିଆଇ ୨ ବର୍ଷରୁ ଉଦ୍ଧ୍ୱର୍ ବୟସର ପିଲାଙ୍କ ପାଇଁ ଟିକା ପରୀକ୍ଷଣକୁ ଅନୁମତି ଦେଇଥିଲେ । ଏହାପରେ ଜୁନ୍ ୧୨ ରେ ଦିଲ୍ଲୀ ଏମ୍ସ ୨ରୁ୧୭ ବର୍ଷ ବୟସର ପିଲାଙ୍କୁ ଉପରେ ଟ୍ରାଏଲ ଆରମ୍ଭ ହୋଇଥିଲା । ପିଲାଙ୍କୁ ସେମାନଙ୍କୁ ବୟସ ହିସାବରେ ପୃଥକ କରାଯାଇ ପରୀକ୍ଷଣ ଆରମ୍ଭ କରାଯାଇଛି ।
କୋଭାକ୍ସିନ ଛଡ଼ା ଜାଇଡସ୍ କାଡିଲା ଭାକ୍ସିନର ମଧ୍ୟ ପରୀକ୍ଷଣ ଚାଲିଛି ।