ନୂଆଦିଲ୍ଲୀ: ଦେଶରେ ବଢ଼ୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ମୋଟ ୨୭୧୦ କୋଭିଡ୍ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।
ବର୍ତ୍ତମାନ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧୦ ରହିଥିବା ସୂଚନା । ଦେଶରେ ମୋଟ ୭ ଜଣ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ଟି ପଜିଟିଭ କେସ୍ ସାମ୍ନାକୁ ଆସିଛି ।
କେରଳରେ ସର୍ବାଧିକ ୧୧୪୭ ପିଜିଟିଭ୍ କେସ୍ ଚିହ୍ନଯ ହୋଇଥିବାବେଳେ ମହାରାଷ୍ଟ୍ରରେ ୪୨୪, ଦିଲ୍ଲୀରେ ୨୯୪ ମାମଲା ଚିହ୍ନଟ ହୋଇଥିବା ସୂଚନା ।
ସେପଟେ କୋଭିଡ୍ ସଂକ୍ରମଣକୁ ନେଇ ଡରିବାର କୌଣସି କାରଣ ନାହିଁ କହିଛନ୍ତି ସ୍ୱାସ୍ଥ୍ୟ ବିଭାଗ ସଚ୍ଚିବ ଅସ୍ୱଥି ଏସ୍ । ବର୍ତ୍ତମାନର ଭାରିଆଣ୍ଟ ବିଶେଷ କ୍ଷତି କାରକ ନ ହେଲେ ମଧ୍ୟ ପ୍ରତ୍ୟେକ ଲୋକ ସତର୍କ ରହିବାକୁ ସଚ୍ଚିବ ପରାମର୍ଶ ଦେଇଛନ୍ତି ।