ମୁମ୍ବାଇରେ କାୟା ମେଲାଇଲା କରୋନା, ୨୪ ଘଣ୍ଟାରେ ୧୦୬୮୦ ନୂତନ ସଂକ୍ରମିତ ଚିହ୍ନଟ

ମୁମ୍ଵାଇ: ଦେଶରେ କରୋନା ସଂକ୍ରମଣର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି। ବିଶେଷ କରି ଦିଲ୍ଲୀ ଏବଂ ମୁମ୍ବାଇରେ ସ୍ଥିତି ସଙ୍ଗୀନ ରହିଛି। ମୁମ୍ଵାଇରେ ମଙ୍ଗଳବାର ୧୦୬୮୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସେହି ପରି ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୫୪୮୧ ନୂତନ କେସ୍ ଚିହ୍ନଟ ହୋଇଛି।

ସୂଚନାଯୋଗ୍ୟ, ମୁମ୍ବାଇରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ମଙ୍ଗଳବାର ସମସ୍ତ ରେକର୍ଡ କାଟି ମୁମ୍ବାଇରେ କରୋନାର ୧୦୮୬୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ ମୁମ୍ବାଇରେ କରୋନା ସଂକ୍ରମିଙ୍କ ସଂଖ୍ୟା ୪୭୪୭୬କୁ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ମାୟାନଗରୀରେ କରୋନାରେ ୨ ଜଣଙ୍କ ପ୍ରାଣହାନୀ ଘଟିଛି।

ମୁମ୍ବାଇରେ କରୋନା ସଙ୍କଟକୁ ଦୃଷ୍ଟିରେ ରଖି ମୁମ୍ବାଇର ହାଉସିଂ ସୋସାଇଟିଜ୍ ଏବଂ କୋଠାକୁ ନେଇ ନୂତନ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହା ଅନୁଯାୟୀ, ଯଦି କୌଣସି କୋଠାରେ ଜଣେ ସଂକ୍ରମିତ ଚିହ୍ନଟ ହୁଅନ୍ତି ତେବେ ପୂରା ମହଲାକୁ ସିଲ୍ କରାଯିବ। ଯଦି ୧୦ଟି କେସ୍ ଚିହ୍ନଟ ହୁଅନ୍ତି ତେବେ ତେବେ ପୂରା ବିଲ୍ଡିଂକୁ ସିଲ୍ କରାଯିବ।

ଏହା ପୂର୍ବରୁ ସୋମବାର ମହାରାଷ୍ଟ୍ରରେ କରୋନା ଭାଇରସ୍ର ୧୨,୧୬୦ ନୂତନ କେସ୍ ଚିହ୍ନଟ ହୋଇଛନ୍ତି। ଏହା ବ୍ୟତୀତ ସଂକ୍ରମଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଏକାକୀ ମୁମ୍ବାଇ ସହରରୁ ୮,୦୮୨ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।