fbpx
BSKY
BJD MC SKY
BJD MS SKY

(VIDEO) ‘ରିମ୍ ଝିମ୍ ପାଣି ବର୍ଷୁଥିଲା’ ଗୀତରେ ମସଗୁଲ୍ ରେଭେନ୍ସାର ଶହ ଶହ ଛାତ୍ରଛାତ୍ରୀ! ଏଥର ରାଜ୍ୟରେ ଓମିକ୍ରନ ଶୀଘ୍ର ମାଡ଼ିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ବର୍ତ୍ତମାନ ଓମିକ୍ରନକୁ ନେଇ ଆଶଙ୍କା ଜାରି ରହିଥିବା ବେଳେ ଏହି ଅବସରରେ କୋଭିଡ୍ କଟକଣାକୁ ସମ୍ପୂର୍ଣ୍ଣ ଭାବେ ବେଖାତିର କରାଯାଇଛି । ଏକ ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀ ଏକ କାର୍ଯ୍ୟକ୍ରମରେ ଏକତ୍ରିତ ହୋଇ ନାଚି, ଗାଇ ମସଗୁଲ୍ ହୋଇଛନ୍ତି । କରୋନାକୁ ସମସ୍ତେ ଏକପ୍ରକାର ଭୁଲିଯାଇଛନ୍ତି କହିଲେ ଚଳେ । ତେବେ ଏ ବିଷୟରେ ପ୍ରଶାସନ କିପରି ଜାଣିପାରିଲାନି ତାହା ସଭିଙ୍କୁ ଚକିତ କରିଦେଇଛି । ଏପରି ଲାଗୁଥିଲା, ସତେ ଯେମିତି ସମସ୍ତେ ମିଳିମିଶି ନୂଆ ଭାରିଆଣ୍ଟକୁ ହାତଠାରି ପାଖକୁ ଡାକୁଛନ୍ତି ।

କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ୧୫ତମ ବାର୍ଷିକ ଆଥଲେଟିକ୍ ମିଟ୍ କାର୍ଯ୍ୟକ୍ରମ ଅବସରରେ ଏପରି ଘଟଣା ଘଟିଛି । ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ପ୍ରଫେସର, ଅଧ୍ୟାପକ, ଅଧ୍ୟାପିକାଙ୍କ ସହ ଅନ୍ୟମାନେ ସାମିଲ୍ ହୋଇଥିଲେ । ତେବେ ଏହା ଅନୁଷ୍ଠାନର କ୍ୟାମ୍ପସ ପରିସରରେ ଆୟୋଜନ କରାଯାଇଥିବାରୁ ଏହା ପୋଲିସର ନଜରକୁ ଆସିନଥିଲା । ତେବେ ଏହି ମଉଜମସ୍ତିଭରା ହଙ୍ଗାମାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି । ନାଚଗୀତରେ ମସଗୁଲ ଥିବା ଛାତ୍ରଛାତ୍ରୀ ମଧ୍ୟରେ ନା ଥିଲା ସାମାଜିକ ଦୂରତା ନା ମୁହଁରେ ମାସ୍କ । ବର୍ତ୍ତମାନ ସୁଦ୍ଧା ରାଜ୍ୟରୁ ୪ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସରକାର ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ନେଇ ବାରମ୍ବାର ପ୍ରଶାସନ ପକ୍ଷରୁ କୁହାଯାଉଥିଲେ ହେଁ ଶିକ୍ଷିତ ଶ୍ରେଣୀର ଲୋକମାନେ ଏହାକୁ ଅଣଦେଖା କରିବା ନିହାତି ଲଜ୍ଜାଜନକ କଥା ।

Get real time updates directly on you device, subscribe now.