ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ, କଲେଜ ଓ ବିଭିନ୍ନ ଅନୁଷ୍ଠାନକୁ ଖୋଲିବା ନେଇ ସରକାର ଅନୁମତି ଦେଇଛନ୍ତି । କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ସଂକ୍ରମଣ ହଠାତ୍ ଉଦ୍ଧ୍ୱର୍ମୁଖୀ ହେବାରେ ଲାଗିଥିଲା । ମାତ୍ର ଫେବୃଆରୀ ମାସ ଆରମ୍ଭରୁ ପୁଣି ଥରେ ସଂକ୍ରମଣ କମିବାରେ ଲାଗିଥିଲା । ରାଜ୍ୟରେ ଗୋଟିଏ ପଟେ ସଂକ୍ରମଣ କମୁଥିବା ବେଳେ ଅନ୍ୟପଟେ ଦୈନିକ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି ।
ଆଜି ୧୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୭୩ ଓ ସ୍ଥାନୀୟ ଅଞ୍ଚଳରୁ ୫୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୨୨ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୬୧୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୪ ହଜାର ୭୫୬ ରହିଥିବା ବେଳେ ୧ ହଜାର ୭୧୫ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 3rd March
New Positive Cases: 128
Of which 0-18 years: 22
In quarantine: 73
Local contacts: 55(Details of local contacts will be shared by concerned District)
1. Angul: 4
2. Balasore: 8
3. Cuttack: 4
4. Gajapati: 19
5. Jajpur: 2
6. Jharsuguda: 22— I & PR Department, Odisha (@IPR_Odisha) March 4, 2022
18. Sambalpur: 7
19. Sundargarh: 11
20. State Pool: 1New recoveries: 330
Cumulative tested: 29452024
Positive: 1285615
Recovered: 1274756
Active cases: 1715— I & PR Department, Odisha (@IPR_Odisha) March 4, 2022