ଭୁବନେଶ୍ୱର ୮|୪ (ଓଡିଶା ଭାସ୍କର) : ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲି ଥିବାବେଳେ ଏହାର ନିୟମକୁ ଅନେକ ଉଲଘଂନ କରୁଛନ୍ତି । ଏହି ନିୟମ ଉଲଘଂନକାରୀଙ୍କ ଠାରୁ ପୋଲିସ ୨୫ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି । ଗତ ୨୪ଘଣ୍ଟା ମଧ୍ୟରେ ୨୫ ଲକ୍ଷ ୭ ହଜାର ୯ ଶହ ଟଙ୍କା ଫାଇନ୍ କଟା ଯାଇଛି । ମାସ୍କ, ସାମାଜିକ ଦୂରତା ନିୟମ ଉଲଂଘନ କରିଥିବାରୁ ପୋଲିସ ଫାଇନ୍ କାଟିଛି । ୯ ହଜାର ୪ ଶହ ଜଣଙ୍କ ପାଖରୁ କରୋନା ନିୟମ ଉଲଘଂନ ପାଇଁ ଫାଇନ୍ ଆଦାୟ କରିଛି ପୋଲିସ । ଓଡ଼ିଶା ପୋଲିସ ଦ୍ୱାରା ଚାଲିଥିବା ସ୍ପେଶାଲ ଡ୍ରାଇଭରେ ଏହି ଜରିମାନା କଟାଯାଇଛି । ଏହି ସ୍ପେଶାଲ ଡ୍ରାଇଭ ପାଇଁ ୧୩୬ ପ୍ଲାଟୁନ୍ ପୋଲିସ ମୁତୟନ କରାଯାଇଛି ।