fbpx

ନିର୍ବାଚନ ପାଇଁ ବଦଳିଗଲା କୋଭିଡ ନିୟମ, ଜାଣନ୍ତୁ କେଉଁଥିରେ କୋହଳ

ନୂଆଦିଲ୍ଲୀ,୯ ।୧୦: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କୋଭିଡ ନିୟମ ବଦଳାଇଦେଇଛନ୍ତି କେନ୍ଦ୍ର ସରକାର । ରାଜନୈତିକ ଶୋଭାଯାତ୍ରା ନ୍ରିମକୁ କେନ୍ଦ୍ର ସରକାର କୋହଳ କରିଛନ୍ତି । ନିର୍ବାଚନ ହେବାକୁ ଥିବା ୧୨ଟି ରାଜ୍ୟରେ ନୂଆ ନିୟମ ଲାଗୁ ହେବ । ସଂପୃକ୍ତ ନିର୍ବାଚନ କ୍ଷେତ୍ରରେ ୧୦୦ରୁ ଅଧିକ ଲୋକ ଏକାଠି ହୋଇପାରିବେ । ଆବଦ୍ଧ ସ୍ଥାନରେ ଆସନ କ୍ଷମତାର ଅଧା ଲୋକଙ୍କୁ ଅନୁମତି ମିଳିବ । ଆବଦ୍ଧ ସ୍ଥାନରେ ୨୦୦ରୁ ଅଧିକ ଲୋକ ଏକାଠି ହେବା ମନା ହୋଇଛି । ମାସ୍କ, ହାତଧୁଆ, ଥର୍ମାଲ ସ୍କାନିଂ, ସାମାଜିକ ଦୂରତା ବାଧ୍ୟତାମୂଳକ ରହିଛି । ଏନେଇ ବିସ୍ତୃତ ନିୟମାବଳୀ ଜାରି କରିବ ସଂପୃକ୍ତ ରାଜ୍ୟ ।

Get real time updates directly on you device, subscribe now.