fbpx

କୋଭିଡ଼୍‌-୧୯ ଟେଷ୍ଟ କଲେ ମିଳିବ ପିଜା, ଜାଣନ୍ତୁ କେଉଁଠି…

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ସିଡ୍‌ନୀରେ ଥିବା ଏକ ପିଜା ଦୋକାନ କୋଭିଡ଼୍‌ ପରୀକ୍ଷା କରିବାକୁ ଯାଇ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବା ଲୋକଙ୍କୁ ମାଗଣାରେ ପିଜା ପ୍ରଦାନ କରୁଛି । ସିଡନୀରେ ଥିବା ଏହି ପିଜା ଦୋକାନର ମାଲିକ ଗ୍ଲେନ୍‌ ମେଜି ଏବଂ ତାଙ୍କ ସହକର୍ମୀମାନେ କୋଭିଡ଼୍‌ ପରୀକ୍ଷା ହେଉଥିବା ସ୍ଥାନରେ ପ୍ରଥମେ ୩୦ଟି ପିଜା ଲୋକଙ୍କୁ ଖାଇବାକୁ ଦେଇଥିଲେ । ଏହା ଦେଖି ଲୋକେ ତାଙ୍କର କାର୍ଯ୍ୟକୁ ପ୍ରଶଂସା କରିଥିଲେ ।

ଏ ସମ୍ପର୍କରେ ମେଜି କୁହନ୍ତି, ଯେତେବେଳେ ମୁଁ ନିକଟସ୍ଥ ଏକ କୋଭିଡ଼୍‌ ପରୀକ୍ଷା କେନ୍ଦ୍ରରେ ଲୋକମାନଙ୍କୁ ଧାଡିରେ ଠିଆ ହୋଇଥିବା ଦେଖିଲି, ଏଭଳି ଚିନ୍ତାଧାରା ମୋ’ ମନକୁ ଆସିଲା । ଏଥିପାଇଁ ମୋତେ ଏତେ ମାତ୍ରାରେ ପ୍ରଶଂସା ମିଳିବ ବୋଲି ମୁଁ ଭାବିନଥିଲି । ସେ ଏହାକୁ ଫେସ୍‌ବୁକ୍‌ରେ ସେୟାର କରିବା ସହ ଏଥିପାଇଁ ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ ଘଣ୍ଟା ଘଣ୍ଟା ଧରି କୋଭିଡ଼୍‌ ପରୀକ୍ଷା ପାଇଁ ଅପେକ୍ଷା କରିଥିବା ଲୋକ ଏବଂ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶଂସା କରିଛନ୍ତି । ଏହି ଘଟଣା ପରେ ପରେ ସିଡ୍‌ନୀରେ କୋଭିଡ଼୍‌ ପରୀକ୍ଷା କରୁଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

Get real time updates directly on you device, subscribe now.