fbpx

ଅଶ୍ଲୀଳ ଶୀର୍ଷକ ପାଇଁ ଅଡୁଆରେ ଟ୍ୱିଟ୍ଟର ଇଣ୍ଡିଆ: ଦିଲ୍ଲୀ ପୋଲିସର ମାମଲା ରୁଜୁ

ନୂଆଦିଲ୍ଲୀ : ଟ୍ୱିଟ୍ଟର ଇଣ୍ଡିଆକୁ ନେଇ ଦେଖାଦେଇଥିବା ବିବାଦ ଥମିବାର ନାଁ ନେଉଁନାହିଁ । ମଙ୍ଗଳବାର ଦିଲ୍ଲୀ ପୋଲିସର ସାଇବର ସେଲ ପକ୍ଷରୁ ଅଶ୍ଲୀଳ ଶୀର୍ଷକ(ଚାଇଲ୍ଡ ପର୍ଣ୍ଣୋଗ୍ରାଫି) ପାଇଁ ଏହି ମାମଲା ରୁଜୁ କରାଯାଇଥିବା ଜଣାପଡିଛି । ଅଶ୍ଲୀଳ ଶୀର୍ଷକକୁ ନିଜ ପ୍ଲାଟଫର୍ମରେ ଅନୁମତି ପ୍ରଦାନ କରୁଥିବାରୁ ଏହି ମାମଲା ରୁଜୁ କରାଯାଇଛି । ଏନସିପିସିଆର ପକ୍ଷରୁ ଅଭିଯୋଗ କରାଯିବା ପରେ ସାଇବର୍ ସେଲ୍ ମାମଲା ରୁଜୁ କରିଛି । ପୋସ୍କୋ ଆକ୍ଟ ଏବଂ ଆଇଟି ଆକ୍ଟ ଆଧାରରେ ଟ୍ୱିଟ୍ଟର ଆଇଏନସି ଏବଂ ଟ୍ୱିଟ୍ଟର ଇଣ୍ଡିଆ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଦୁଇ ଦିନ ମଧ୍ୟରେ ଟ୍ୱିଟ୍ଟର ବିରୋଧରେ ଏହା ତୃତୀୟ ମାମଲା । ଜମ୍ମୁ କାଶ୍ମୀର ଓ ଲଦାଖକୁ ଭାରତ ମାନଚିତ୍ର ବାହାରେ ଦର୍ଶାଇଥିବାରୁ ସୋମବାର ଉତ୍ତର ପ୍ରଦେଶରେ ସୋମବାର ଦିନ ଦୁଇଟି ମାମଲା ରୁଜୁ କରାଯାଇଥିଲା । ଟ୍ୱିଟ୍ଟର ଇଣ୍ଡିଆ ମୁଖ୍ୟ ମନୀଷ ମହେଶ୍ୱରୀ ଏବଂ ପାର୍ଟନରଶିପ୍ ହେଡ୍ ଅମ୍ରିତା ତ୍ରୀପାଠିଙ୍କ ବିରୋଧରେ ବୁଲନ୍ଦସହରରେ ମାମଲା ରୁଜୁ କରାଯାଇଥିଲା । ମାମଲା ବ୍ୟତିତ ସାଧାରଣରେ ଟ୍ୱିଟ୍ଟର ଇଣ୍ଡିଆ ସମାଲୋଚନାର ଶିକାର ହୋଇଥିଲା ।

Get real time updates directly on you device, subscribe now.