fbpx

ସପ୍ତାହକ ମଧ୍ୟରେ ପ୍ରାଣ ହରାଇଲେଣି ୧୦୦ ଶିଶୁ, ତୃତୀୟ ଲହର ନେଇ ବଢ଼ିଲା ଆଶଙ୍କା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ସାମାନ୍ୟ ଫିକା ପଡ଼ିଯାଇଥିବା ବେଳେ ତୃତୀୟ ଲହରକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତୃତୀୟ ଲହରରେ ଛୋଟ ପିଲାମାନେ ବେଶିମାତ୍ରାରେ ପ୍ରଭାବିତ ହେବା ନେଇ ବିଶେଷଜ୍ଞମାନେ ପୂର୍ବରୁ ମତ ଦେଇସାରିଛନ୍ତି । ତେବେ କରୋନାର ପ୍ରକୋପରେ ହ୍ରାସ ଘଟୁଥିବାର ସଂପ୍ରତି ଦେଶର ଅଧିକାଂଶ ରାଜ୍ୟରେ କଟକଣା କୋହଳ ଆଡ଼କୁ ଗତି କଲାଣି । ତେବେ ଇତିମଧ୍ୟରେ କିଛି ଦେଶରେ ତୃତୀୟ ଲହର ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି ।

ସୂଚନା ମୁତାବକ, ଇଣ୍ଡୋନେସିଆରେ କରୋନାରେ ଶହ ଶହ ଶିଶୁ ପ୍ରାଣ ହରାଉଛନ୍ତି । ତେବେ ପ୍ରାଣ ହରାଉଥିବା ସମସ୍ତ ଶିଶୁଙ୍କ ବୟସ ୫ ବର୍ଷରୁ କମ୍ ହୋଇଥିବା ବେଳେ କେବଳ ସପ୍ତାହକ ମଧ୍ୟରେ ୧୦୦ରୁ ଅଧିକ ଶିଶୁଙ୍କ ମୃତ୍ୟୁ ଘଟିଛି । ଦେଶରେ ଏବେ କରୋନା ଭୟଙ୍କର ସ୍ଥିତିରେ ରହିଥିବା ବେଳେ ଦୁଇଦିନ ତଳେ ୫୦ ହଜାର ପଜିଟିଭ୍ ଚିହ୍ନ ହେବା ସହ ୧୫୬୬ ଜଣଙ୍କ ମୃତ୍ୟୁ ଘଟିଥିଲା । ବିଶେଷଜ୍ଞଙ୍କ ରିପୋର୍ଟ ଅନୁଯାୟୀ, ଦେଶରେ ମିଳୁଥିବା ମୋଟ ମାମଲାର ୧୨.୫ ପ୍ରତିଶତ ହେଉଛନ୍ତି ଛୋଟପିଲା । ଦେଶରେ କରୋନା ଆରମ୍ଭ ହେବା ପରଠାରୁ ୧୮ ବର୍ଷରୁ କମ୍ ବୟସର ୮୦୦ରୁ ଅଧିକ ଶିଶୁ ମୃତ୍ୟୁବରଣ କରିଛନ୍ତି । ଏହି ମୃତତକଙ୍କ ମଧ୍ୟରେ ଅଧିକାଂଶ ଗତମାସରେ ପ୍ରାଣ ହରାଇଥିଲେ । ଏଠାରେ ହସ୍ପିଟାଲମାନଙ୍କରେ କ୍ଷମତାଠାରୁ ଅଧିକ ରୋଗୀ ଭର୍ତ୍ତି ହୋଇଛନ୍ତି । ଶିଶୁମାନେ ଅଧିକ ମାତ୍ରାରେ କରୋନାରେ ସଂକ୍ରମଣ ହେଉଥିବାରୁ ସେମାନଙ୍କ ପାଇଁ ଅଲଗା ଅଲଗା ହସ୍ପିଟାଲ ସ୍ଥାପନ କରାଯାଇଛି । ପ୍ରାୟ ଦୁଇତୃତୀୟାଂଶ କରୋନା ସଂକ୍ରମିତ ଲୋକ ନିଜ ଘରେ କ୍ୱାରେଣ୍ଟାଇନରେ ରହିଥିବାରୁ ଛୋଟପିଲା ଅଧିକ ମାତ୍ରାରେ ଆକ୍ରାନ୍ତ ହେବାର ସମ୍ଭାବନା ବଢ଼ିଯାଇଛି ।

Get real time updates directly on you device, subscribe now.