fbpx
BSKY SKY
BSKY SKY

RMRCର ଚାଞ୍ଚଲ୍ୟକର ରିସର୍ଚ୍ଚ ରିପୋର୍ଟ: ଗଳାର ପ୍ରାକୃତିକ ଉପାଦାନକୁ ନଷ୍ଟ କରି ଦେଉଛି ଆଣ୍ଟିବାୟୋଟିକ୍

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଦୁଇବର୍ଷରୁ ଅଧିକ ସମୟ ଧରି ସାରା ବିଶ୍ୱକୁ କବଳିତ କରି ରଖିଛି ଭୟଙ୍କର କୋଭିଡ-୧୯ ମହାମାରୀ । ତେବେ ଦିନକୁ ଦିନ କୋଭିଡକୁ ନେଇ ନୂଆ ନୂଆ ରିସର୍ଚ୍ଚ ତଥ୍ୟ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ଭୋଭିଡକୁ ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଚିକିତ୍ସା ରିସର୍ଚ୍ଚ କେନ୍ଦ୍ର (ଆରଏମଆରସି)ତରଫରୁ ଏକ ଚାଞ୍ଚଲ୍ୟକର ଖୁଲାସା କରାଯାଇଛି ।

ଆରଏମସିର ରିପୋର୍ଟ ମୁତାବକ, କୋଭିଡଠାରୁ ଅଧିକ ଘାତକ ସାବ୍ୟସ୍ତ ହେଉଛି ମେଡିସିନ୍ । ସଂକ୍ରମିତ ବ୍ୟକ୍ତିମାନେ ବିଭିନ୍ନ ପ୍ରକାର ଆଣ୍ଟିବାୟୋଟକ ଔଷଧ ସେବନ କରିବା ଫଳରେ ଶରୀର ଉପରେ ଏହାର ଭୟଙ୍କର କୁପ୍ରଭାବ ପଡ଼ୁଛି । ଦେଶର ପ୍ରଥମ ଅନୁଷ୍ଠାନ ଭାବେ ଆରଏମଆରସି ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି ।

କୋଭିଡ୍ ପ୍ରତିରୋଧୀ ଆଣ୍ଟିବାୟୋଟିକ ସେବନ କରିବା ଫଳରେ ତାହା ଗଳାରେ ଥିବା ଗୁରୁତ୍ୱପୂର୍ଣ୍ଣ ପ୍ରାକୃତିକ ଉପାଦାନକୁ ନଷ୍ଟ କରି ଦେଉଛି । ଏହି ମେଡିସିନର ପ୍ରଭାବ ମାସେ ପର୍ଯ୍ୟନ୍ତ ରହୁଛି । ଏହା ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଅଟେ । ଆରଏମଆରସିର ବିଶେଷଜ୍ଞ ଟିମ୍ ୨୦ ଜଣ କୋଭିଡ୍ ସଂକ୍ରମିତ ଓ ୧୦ ଜଣ ସୁସ୍ଥ ଲୋକଙ୍କ ଗଳାରୁ ନମୂନା ସଂଗ୍ରହ କରିଥିଲେ । ତେବେ ରୋଗୀମାନେ ବିଭିନ୍ନ ପ୍ରକାର ଔଷଧ ସେବନ କରି କୋଭିଡରୁ ମୁକ୍ତି ପାଇଥିଲେ ହେଁ ସେମାନଙ୍କ ଗଳାରେ ଥିବା ପ୍ରାକୃତିକ ଉପାଦାନ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଥିଲା । କୋଭିଡରୁ ସୁସ୍ଥ ହୋଇଥିବା ଅଧିକାଂଶ ବ୍ୟକ୍ତିଙ୍କଠାରେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟା ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.