fbpx

ଭୁବନେଶ୍ୱରରେ ଆଜି ପହଞ୍ଚିବ କୋଭିସିଲ୍ଡ ଟିକା

ଭୁବନେଶ୍ୱର, ୧୨ା୧ (ଓଡିଶା ଭାସ୍କର): କରୋନା ଟିକାକୁ ନେଇ ପୂର୍ବରୁ ବହୁ ଚର୍ଚ୍ଚା ହୋଇଆସୁଛି । ତେବେ ଆଜି କରୋନା ଟିକା ରାଜ୍ୟରେ ପହଞ୍ଚିବ ବୋଲି ସୂଚନା ମିଳିଛି । ଭୁବନେଶ୍ୱର ବିମାନବନ୍ଦରରେ ଅପରାହ୍ଣ ୩ଟା ୧୫ ମିନିଟରେ ସ୍ପାଇସଜେଟରେ ଟିକା ପହଞ୍ଚିବ । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି ।

ତେବେ ଦେଶର ୬୦ଟି ସ୍ଥାନକୁ ଏହି ଟିକା ପଠାଯିବ । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ୪୦ ହଜାର ୮୦୦ ଡୋଜ କୋଭିସିଲ୍ଡ ଟିକା ଆସୁଛି । ବିମାନରେ ୪୦ଟି ବାକ୍ସରେ କରୋନା ଟିକା ଆସୁଥିବା ବେଳେ ଓଜନ ପ୍ରାୟ ୧୨୮୦ କିଲୋଗ୍ରାମ ରହିଛି । ତେବେ ଟିକା ଆସିବା ପରେ ରାଜ୍ୟ ସଂଗ୍ରହାଳୟରେ ରଖାଯିବ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.