ଭୁବନେଶ୍ୱର, ୧୯ା୧ (ଓଡିଶା ଭାସ୍କର): ରାଜ୍ୟରେ ଟିକାକରଣ ଅଭିଯାନ ଜାରି ରହିଛି । ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲୁରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୪ଟା ୨୫ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରେ କୋଭିସିଲ୍ଡ ଟିକା ପହଞ୍ଚିବ । ମୋଟ ୩ ଲକ୍ଷ ୩୪ ହଜାର ୫ ଶହ ଟିକା ପହଞ୍ଚିବାର ସୂଚନା ମିଳିଛି ।
କୋଭିସିଲ୍ଡ ପହଞ୍ଚିବା ପରେ ସୁରକ୍ଷା ମଧ୍ୟରେ ବିଭିନ୍ନ କେନ୍ଦ୍ରମାନଙ୍କରେ ରଖାଯିବ । ତିନି ଦିନ ପରେ ରାଜ୍ୟର ବିଭିନ୍ନ ଜିଲ୍ଲାମାନଙ୍କୁ ଟିକା ପଠାଯିବାର ବ୍ୟବସ୍ଥା କରାଯିବ । ଟିକା ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଥିବା ସହ ପଞ୍ଜିକୃତମାନଙ୍କୁ ମେସେଜ ମାଧ୍ୟମରେ ସୂଚନା ଦିଆଯାଉଛି । ସରକାରୀ ମେଡିକାଲ ସମେତ ରାଜ୍ୟର ଘରୋଇ ହସ୍ପିଟାଲରେ ଟିକାକରଣ କାର୍ଯ୍ୟକ୍ରମ ଚାଲୁଛି । ତେବେ ଟିକାର ସାଇଡ ଇଫେକ୍ଟ ପାଇଁ ୧୦ ଶଯ୍ୟା ବିଶିଷ୍ଟ ସ୍ପେଶାଲ ଡାକ୍ତରୀ ଟିମକୁ ନିୟୋଜିତ କରାଯାଇଥିବା ନୋଡାଲ ଅଧିକାରୀ ପ୍ରକାଶ କରିଛନ୍ତି ।