fbpx

‘କେରଳରେ ଗୋ-ହତ୍ୟା ହେଉଛି, ସେଥିପାଇଁ ୱାୟନାଡରେ ଭୂସ୍ଖଳନ ବିପତ୍ତି ଆସିଲା’: ବିଜେପି ନେତାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: କେରଳର ୱାୟନାଡରେ ଆସିଥିବା ଭୟଙ୍କର ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁ ସଂଖ୍ୟା ୩୫୦ ଟପିସାରିଲାଣି । ଏବେବି ଶତାଧିକ ଲୋକ ନିଖୋଜ ରହିଥିବା ବେଳେ ଅନେକ ଘର ଓ ପରିବାର ନିଶ୍ଚିହ୍ନ ହୋଇଯାଇଛନ୍ତି । ୫ ଦିନର ରେସକ୍ୟୁ ଅପରେସନରେ ହଜାର ହଜାର ଲୋକଙ୍କୁ ଉଦ୍ଧାର କରାଯାଇଛି । ତେବେ ଏହା ମଧ୍ୟରେ ବିଜେପିର ଜଣେ ବରିଷ୍ଠ ନେତା ଏକ ବିବାଦୀୟ ବୟାନ ଦେଇଛନ୍ତି । ଗୋ-ମାତାଙ୍କ ହତ୍ୟା କାରଣରୁ ୱାୟନାଡରେ ଏଭଳି ବିପଦ ଆସିଛି ବୋଲି ସେ କହିଛନ୍ତି ।

ବରିଷ୍ଠ ବିଜେପି ନେତା ଜ୍ଞାନଦେବ ଆହୁଜା କହିଛନ୍ତି, କେରଳରେ ଗୋ-ହତ୍ୟା ହେଉଛି । ସେଥିପାଇଁ ୱାୟନାଡରେ ଏପରି ବିପଦ ଆସିଲି । ଯେଉଁଠାରେ ବି ଗୋ-ହତ୍ୟା ହେବ, ସେହି ସ୍ଥାନରେ ଏପରି ଘଟଣା ଦେଖିବାକୁ ମିଳିବ । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ତ୍ତମାନ ସମୟରେ ଏପରି ଘଟଣା ଦେଖିବାକୁ ମିଳୁଛି । ଏହି ରାଜ୍ୟଗୁଡ଼ିକରେ ଭୀଷଣ ବର୍ଷା ହେବା ସହ ୱାୟନାଡ ପରି ସ୍ଥିତି ଦେଖିବାକୁ ମିଳୁଛି । ଯଦି ଗୋ-ହତ୍ୟାକୁ ରୋକାନଯିବ ତେବେ ଏପରି ବିପଦ ସବୁ ଆସିବ ।

୨୦୧୮ ଠାରୁ ଏପରି ଘଟଣା ଦେଖିବାକୁ ମିଳୁଛି । ଭାରତବର୍ଷରେ ଯେଉଁସବୁ ସ୍ଥାନରେ ଗୋ ମାତାଙ୍କୁ ହତ୍ୟା କରାଯିବ, ସେଠାରେ ଏପରି ଘଟଣା ସବୁ ଦେଖିବାକୁ ମିଳିବ । ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଏପରି ଘଟଣା ହୁଏ, ମାତ୍ର ୱାୟନାଡ ପରି ସ୍ଥିତି ହୋଇନଥାଏ । ସୂଚନାଯୋଗ୍ୟ ଯେ, ୱାୟନାଡ ଭୂସ୍ଖଳରେ ବର୍ତ୍ତମାନ ସୁଦ୍ଧା ୩୫୮ ଜଣଙ୍କର ମୃତ୍ୟୁ ଘଟିବା ସହିତ ୪୦୦ ଲୋକ ନିଖୋଜ ଥିବା କୁହାଯାଉଛି । ଯବାନ, ଏନଡିଆରଏଫ, ଏସଡିଆରଏଫ ଟିମର ସଦସ୍ୟମାନେ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି ।

Get real time updates directly on you device, subscribe now.