fbpx

(Video) Crack a Smile… ପ୍ରଥମ ମ୍ୟାଚ୍ ପୂର୍ବରୁ ଦ୍ରାବିଡଙ୍କ ସ୍ପେଶାଲ ମେସେଜ୍: ଇମୋସନାଲ ହୋଇଗଲେ ଗମ୍ଭୀର

ନୂଆଦିଲ୍ଲୀ: ଆଜି ନୂଆ କୋଚ୍ ଏବଂ ନୂଆ ଅଧିନାୟକଙ୍କ ସହ ପ୍ରଥମ ମ୍ୟାଚ ଖେଳିବ ଟିମ ଇଣ୍ଡିଆ । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜରୁ କୋଚ୍ କ୍ୟାରିୟରର ଶୁଭାରମ୍ଭ କରିବେ ଗୌତମ ଗମ୍ଭୀର । ତେବେ ଏହାପୂର୍ବରୁ ଗୌତମ ଗମ୍ଭୀରଙ୍କୁ ଏକ ସ୍ପେଶାଲ ମେସେଜ ପଠାଇଛନ୍ତି ଟିମ ଇଣ୍ଡିଆର ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ । ନିଜ କାର୍ଯ୍ୟକାଳ ସମୟରେ ହାସଲ କରିଥିବା ଅଭିଜ୍ଞତା ଏବଂ ଚାଲେଞ୍ଜଗୁଡ଼ିକୁ ସାମନା କରିବା ପାଇଁ ଦ୍ରାବିଡ ଗମ୍ଭୀରଙ୍କୁ ଏକ ସ୍ପେଶାଲ ମେସେଜ ଦେଇଛନ୍ତି । ତେବେ ପୂର୍ବତନ କୋଚଙ୍କ ଏହି ବାର୍ତ୍ତା ପାଇବା ପରେ ଇମୋସନାଲ ହୋଇ ପଡ଼ିଛନ୍ତି ଗମ୍ଭୀର ।

ଜୁନ୍ ୨୯ ତାରିଖରେ ଟି-୨୦ ବିଶ୍ୱକପରେ ଭାରତକୁ ଚମ୍ପିଆନ୍ କରାଇଛନ୍ତି ପୂର୍ବତନ କୋଚ୍ ରାହୁଲ ଦ୍ରାବିଡ । ଏହାପରେ ଦଳର ନୂଆ କୋଚ୍ ଭାବରେ ଗୌତମ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିଛନ୍ତି । ତେବେ ଆଜି ଟିମ ଇଣ୍ଡିଆ ଗମ୍ଭୀରଙ୍କ ଅଧୀନରେ ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି । ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍ ପୂର୍ବରୁ ଗୌତମ ଗମ୍ଭୀରଙ୍କୁ ଏକ ସ୍ପେଶାଲ ମେସେଜ ପଠାଇଛନ୍ତି ରାହୁଲ ଦ୍ରାବିଡ । ସେ କହିଛନ୍ତି ଯେ, “ଭାରତୀୟ କ୍ରିକେଟ ଟିମର ଜଣେ କୋଚଙ୍କୁ ଆଉ ଜଣେ କୋଚଙ୍କ ବାର୍ତ୍ତା: ସବୁଠାରୁ କଷ୍ଟଦାୟକ ସମୟରେ ଲମ୍ବା ନିଶ୍ୱାସ ଛାଡ଼ନ୍ତୁ ଏବଂ ଗୋଟିଏ ପାଦ ପଛକୁ ଫେରି ଆସନ୍ତୁ । ନୂଆ ଦାୟିତ୍ୱ ପାଇଁ ଶୁଭକାମନା, ଗୌତମ । ଟିମ ଇଣ୍ଡିଆକୁ ଖୁବ ସଫଳତା ଆଣିବା ସହ ଦଳକୁ ଖୁବ ଉଚ୍ଚକୁ ନେବ ବୋଲି ମୋର ଆଶା ।” ଏହାପରେ ସେ କହିଛନ୍ତି ଯେ, “ଏହା ଆପଣଙ୍କ ପାଇଁ କଷ୍ଟ ହେଲେ ବି ହସିବାକୁ ପଡ଼ିବ । ଯାହା ହେବ, ତାହା ଲୋକମାନଙ୍କୁ ଚମକାଇ ଦେବ ।

ଗମ୍ଭୀରଙ୍କ ଏହି ମେସେଜ ପାଇବା ପରେ ଭାବୁକ ହୋଇ ପଡ଼ିଛନ୍ତି ଭାରତୀୟ କୋଚ୍ ଗୌତମ ଗମ୍ଭୀର । ଦ୍ରାବିଡଙ୍କ ମେସେଜ ପରେ ଗମ୍ଭୀର କହିଛନ୍ତି ଯେ, “ମୁଁ ପ୍ରାୟତଃ ଅଧିକ ଇମୋସନାଲ ହୁଏ ନାହିଁ, କିନ୍ତୁ ଏହି ମେସେଜ ମୋତେ ଖୁବ ଭାବୁକ କରିଦେଇଛି । ଏହି ସନ୍ଦେଶ ହୃଦୟସ୍ପର୍ଶୀ ଥିଲା । ମୁଁ ଜଣେ ମହାନ ବ୍ୟକ୍ତିଙ୍କ ଉତ୍ତରାଧିକାରୀ ଏବଂ ତାଙ୍କ ଆଶା ଏବଂ ଅପେକ୍ଷାକୁ ପୂରଣ କରିପାରିବି । ତେବେ ସାରା ଦେଶ ଏବଂ ବିଶେଷ କରି ମୋର ଆଦର୍ଶ ରାହୁଲ ଭାଇଙ୍କୁ ଗୌରବାନ୍ୱିତ କରିବି ଆଶା କରୁଛି ।”

Get real time updates directly on you device, subscribe now.