‘ହଁ କହ ନହେଲେ ମାରିଦେବି’, ରାସ୍ତାରେ ପାଗଳ ପ୍ରେମୀର ଉନ୍ମତକାଣ୍ଡ… ଭିଡିଓ ଭାଇରାଲ

ଗୋଟେ ହାତରେ ଛୁରୀ ଅନ୍ୟ ହାତରେ ସ୍କୁଲ ଛାତ୍ରୀଙ୍କ ବେକ ଧରି କରୁଥିଲା ପ୍ରେମ ନିବେଦନ।

ମହାରାଷ୍ଟ୍ର: ଭଲ ପାଇବାକୁ ହଁ କରେ ନହେଲେ ମାରିଦେବି। ଏମିତି କହି ରୋଡ଼ ରୋମିଓ କରୁଥିଲା ପ୍ରେମ ନିବେଦନ। ଖାଲି ଏତିକିରେ କଥା ସରିନଥିଲା ହାତରେ ଛୁରୀ ଧରି ବିଚ୍ ରାସ୍ତାରେ ଛାତ୍ରୀଙ୍କୁ ଧମକାଇଥିଲା ଏହି ପାଗଳ ପ୍ରେମୀ।

ଗୋଟେ ହାତରେ ଛୁରୀ ଅନ୍ୟ ହାତରେ ସ୍କୁଲ ଛାତ୍ରୀଙ୍କ ବେକ ଧରି କରୁଥିଲା ପ୍ରେମ ନିବେଦନ। ହଁ କରେ ନଚେତ ତତେ ମାରିବି ମୁଁ ନିଜେ ମରିବି। ସ୍କୁଲ ଛାତ୍ରୀ ଜଣଙ୍କ ଯୁବକ ଏଭଳି ଆଚରଣ ଦେଖି ଭୟଭୀତ ହୋଇଯାଇଥିଲେ। ତାଙ୍କୁ ରକ୍ଷା କର ବୋଲି ପାଖରେ ଥିବା ଲୋକଙ୍କୁ କହୁଥିଲେ।

ହେଲେ ଛୁରୀ ଦେଖାଇ ଯୁବକ ଜଣଙ୍କ ସେଠି ସମସ୍ତଙ୍କୁ ଡରାଇ ଦେଉଥିଲେ। ଯଦି କେହି ପାଖକୁ ଆସିବ ତେବେ ଝିଅକୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଭୟରେ କେହି ପାଖକୁ ଆସି ପାରୁ ନଥିଲେ। ମହାରାଷ୍ଟ୍ରର ସତାରାରେ ଦେଖିବାକୁ ମିଳିଥିଲା ଏଭଳି ଘଟଣା।

ଠିକ୍ ଏହି ସମୟରେ ପାଚେରୀ ଡେଇଁ ଏକ ଯୁବକ ଆସି ଉତ୍ୟକ୍ତ ଯୁବକଙ୍କୁ କାବୁ କରିଥିଲେ ପରେ ପାଖରେ ଉପସ୍ଥିତ ଥିବା ଲୋକ ଯୁବକକୁ କାବୁ କରି ଛାତ୍ରୀଙ୍କ ଜୀବନ ବଞ୍ଚାଇଥିଲେ।


ଘଟଣାରେ ପୋଲିସ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଖାଲି ଏତିକି ନୁହେଁ ଏହା ପୂର୍ବରୁ ଛାତ୍ରୀ ଜଣଙ୍କ ସ୍କୁଲ ଯିବା ସମୟରେ ଯୁବକ ତାଙ୍କୁ ହଇରାଣ କରୁଥିଲେ। ଏଥିପାଇଁ ସ୍ଥାନୀୟ ଲୋକ ଯୁବକଙ୍କୁ ମାଡ଼ ମାରି ଥାନାରେ ଦେଇଥିଲେ।

ହେଲେ ଯୁବକ ଜଣଙ୍କ ସୁଧୁରିବା ବଦଳରେ ଏଭଳି ବିଚ୍ ରାସ୍ତାରେ ଘଟାଇଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।