fbpx

କ୍ରିକେଟରୁ କୋହଲିଙ୍କ ଅବସର ଘୋଷଣା: ୨୦୦୮ ଅଣ୍ଡର-୧୯ ବିଶ୍ୱକପ ବିଜୟୀ ଟିମର ଥିଲେ ସଦସ୍ୟ

ନୂଆଦିଲ୍ଲୀ: ନିକଟରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ଅଣ୍ଡର-୧୯ ବିଶ୍ୱକପ କ୍ରିକେଟ ଫାଇନାଲରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଥିଲା । ତେବେ ଚଳିତ ବର୍ଷ ଭାରତ ପରାସ୍ତ ହୋଇଥିଲେ ହେଁ ଅଣ୍ଡର-୧୯ ବିଶ୍ୱକପ କ୍ରିକେଟ ଇତିହାସରେ ସର୍ବାଧିକ ଥର ଚାମ୍ପିୟନ ହେବାର ଗୌରବ ଭାରତ ନାମରେ ରହିଛି । ୨୦୦୮ ମସିହାରେ ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ବିଶ୍ୱ ଚାମ୍ପିୟନ ହୋଇଥିଲା ।

ତେବେ ସେହି ବିଶ୍ୱବିଜୟୀ ଟିମରେ ଆଉ ଜଣେ କୋହଲି ରହିଥିଲେ । ତାଙ୍କ ନାମ ହେଉଛି ତରୁବର କୋହଲି । ୨୦୦୮ ମସିହା ପରେ ବିରାଟ କୋହଲି ଟିମ୍ ଇଣ୍ଡିଆରେ ଡେବ୍ୟୁ କରି ଭାରତୀୟ ଦଳର ଅଧିନାୟକ ହେବା ସହିତ ଟି-୨୦, ଦିନିକିଆ ଓ ଟେଷ୍ଟରେ ଅନେକ କୀର୍ତ୍ତିମାନ ସ୍ଥାପନ କରିପାରିଛନ୍ତି । ଅନ୍ୟପକ୍ଷରେ ତରୁବର କୋହଲି ପ୍ରଥମ ଶ୍ରେଣୀ କ୍ରିକେଟରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ ହେଁ ଇଣ୍ଡିଆରେ ଡେବ୍ୟୁ କରିବାର ସୁଯୋଗ ଲାଭରୁ ବଞ୍ଚିତ ହୋଇଥିଲେ ।

ଏହା ମଧ୍ୟରେ ତରୁବର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କୋହଲିଙ୍କ ଅବସର ଘୋଷଣା ଖବର ଶୁଣିବା ପରେ ସମସ୍ତ କ୍ରୀଡ଼ାପ୍ରେମୀ ଚକିତ ହୋଇଯାଇଥିଲେ । ସତକଥା ହେଉଛି ବିରାଟ ନୁହନ୍ତି ତରୁବର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି । ତରୁବର ୧୯୯୮ ମସିହା ଡିସେମ୍ବର ମାସ ୧୭ ତାରିଖରେ ପଞ୍ଜାବର ଜଳନ୍ଧର ଠାରେ ଜନ୍ମଗ୍ରହଣ କରିଥିଲେ । ସେ ୫୫ଟି ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ୧୪ଟି ଶତକ ଓ ୧୮ଟି ଅର୍ଦ୍ଧଶତକ ସହାୟତାରେ ୪୫୭୩ ରନ୍ ସଂଗ୍ରହ କରିଥିଲେ । ତାଙ୍କର ସର୍ବୋଚ୍ଚ ସ୍କୋର ହେଉଛି ୩୦୭ ରନ୍ । ଏଥିସହିତ ଲିଷ୍ଟ ଏ’ରେ ସେ ୭୨ଟି ମ୍ୟାଚ ଖେଳି ୧୯୧୩ ରନ୍ ଓ ଟି-୨୦ରେ ୫୭ଟି ମ୍ୟାଚ ଖେଳି ୧୦୫୭ ରନ୍ ସଂଗ୍ରହ କରିଥିଲେ । ସେ ୫୫ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ବୋଲିଂ କରି ୭୪ଟି ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.