fbpx

ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଦେବାଶିଷ ଓ ଶୁଭାଶିଷ

ଓଡ଼ିଶା ଭାସ୍କର: ରାଜ୍ୟସଭାକୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହେବା ପରେ ମୁଖ୍ୟମନ୍ତ୍ରୀ ଏବଂ ୫ଟି ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ବିଜେଡି ନେତା ଦେବାଶିଷ ସାମନ୍ତରାୟ ଓ ଶୁଭାଶିଷ ଖୁଣ୍ଟିଆ। ଆଜି ନବୀନ ନିବାସରେ ଏହି ଭେଟଘାଟ ହୋଇଥିବା ଦେଖିବାକୁ ମିଳିଛି। ରାଜ୍ୟସଭାକୁ ସାଂସଦ ହୋଇ ଯିବାର ସୁଯୋଗ ପାଇଥିବାରୁ ଉଭୟ ଦେବାଶିଷ ଓ ଶୁଭାଶିଷ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସୂଚନା ଥାଉକି, କଟକ -ବାରବାଟୀର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ପୁରୀ ଜିଲ୍ଲା ବିଜେଡି ଯୁବମୋର୍ଚ୍ଚାର ଶୁଭାଶିଷ ଖୁଣ୍ଟିଆଙ୍କୁ ରାଜ୍ୟସଭା ପ୍ରାର୍ଥୀ ଭାବେ ମନୋନୀତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ତେବେ ସେମାନଙ୍କ ବିରୋଧରେ ଅନ୍ୟ କୈାଣସି ପ୍ରାର୍ଥୀ ନ ଥିବାରୁ ଆଜି ରାଜ୍ୟସଭା ନିର୍ବାଚନର ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନରେ ସେମାନଙ୍କୁ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ଘୋଷଣା କରିଛନ୍ତି ରିଟର୍ଣ୍ଣିଂ ଅଫିସର। ଏନେଇ ଅପରାହ୍ନ ସମୟରେ ଘୋଷଣା କରାଯାଇଥିଲା।

ସେପଟେ ବିଜେଡିର ଏହି ୨ ପ୍ରାର୍ଥୀଙ୍କ ସହ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିର୍ଦ୍ଵନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଆଉ ବିଧିବଦ୍ଧ ଭାବେ ଆଜି ସମସ୍ତେ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି। ଆଗକୁ ସେମାନେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ତେବେ ଅଶ୍ୱିନୀ ବିଜେପି ପକ୍ଷରୁ ପ୍ରାର୍ଥୀ ହୋଇଥିବା ବେଳେ ସେ ବିଜେଡି ସମର୍ଥନରେ ପୁଣିଥରେ ରାଜ୍ୟସଭା ଯିବାକୁ ସୁଯୋଗ ପାଇଛନ୍ତି ।

 

Get real time updates directly on you device, subscribe now.