fbpx

ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ; ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ନିଷ୍ପତ୍ତି

୧୯୦୦ ମସିହାରେ ଶେଷ ଥର ପାଇଁ ପ୍ୟାରିସ ଅଲିମ୍ପିକ୍ସରେ ଫ୍ରାନ୍ସକୁ ହରାଇ ସ୍ୱର୍ଣ୍ଣ ଜିତିଥିଲା ବ୍ରିଟେନ

ଓଡ଼ିଶା ଭାସ୍କର: ଦୀର୍ଘ ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିବ କ୍ରିକେଟ । ୨୦୨୮ ଲସ୍‌ଆଞ୍ଜେଲସ୍‌ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ । କ୍ରିକେଟ ସହ ମୋଟ ୫ଟି କ୍ରୀଡ଼ାକୁ ଅଲିମ୍ପିକ୍ସରେ ସାମିଲ ପାଇଁ ନିଷ୍ପତ୍ତି । ଅନ୍ତର୍ଜାତୀୟ ଅଲିମ୍ପିକ୍ସ କମିଟି ବୈଠକରେ ୫ କ୍ରୀଡ଼ାକୁ ସାମିଲ ନିଷ୍ପତ୍ତି । କ୍ରିକେଟ ସହ ବେସ୍‌ ବଲ୍‌, ସ୍କ୍ୱାସ୍‌, ଫ୍ଲାଗ୍‌ ଫୁଟବଲ୍‌, ଲାକ୍ରୋସେ ସାମିଲ । ୧୯୦୦ ମସିହାରେ ଶେଷ ଥର ପାଇଁ ଅଲିମ୍ପିକ୍ସରେ ଥିଲା କ୍ରିକେଟ । ୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ ଫ୍ରାନ୍ସକୁ ହରାଇ ବ୍ରିଟେନ ସ୍ୱର୍ଣ୍ଣ ଜିତିଥିଲା । ସୂଚନାଯୋଗ୍ୟ, ଚାଇନାର ହାଙ୍ଗଜୋରେ ଖେଳାଯାଇଥିବା ଏସୀୟ କ୍ରୀଡ଼ା୨୦୨୩ରେ ଭାରତର ପୁରୁଷ ଓ ମହିଳା ଦଳ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଭାରତୀୟ ପୁରୁଷ ଦଳର ନେତୃତ୍ୱ ନେଇଥିଲେ ଋତୁରାଜ ଗାଇକୱାଡ ।

ସେହିପରି ମହିଳା ଭାରତୀୟ କ୍ରିକେଟ୍ ଦଳର ନେତୃତ୍ୱ ନିୟମିତ ଅଧିନାୟିକା ହରମନପ୍ରୀତ କୌର ନେଇଥିଲେ। ଉଭୟ ପୁରୁଷ ଓ ମହିଳା ଭାରତୀୟ ଦଳ ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ। ପୁରୁଷ ଦଳ କ୍ୱାର୍ଟର ଫାଇନାଲରେ ନେପାଳକୁ ୨୩ ରନ୍ ରେ ପରାସ୍ତ କରିଥିଲା। ଏହାପରେ ଋତୁରାଜ ଗାଇକୱାଡଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ସେମିଫାଇନାଲରେ ବାଂଲାଦେଶ ଏବଂ ଫାଇନାଲରେ ଆଫଗାନିସ୍ତାନକୁ ହରାଇ ସ୍ୱର୍ଣ୍ଣ ପଦକ ଜିତିଥିଲା । ସେହିପରି ମହିଳା ଦଳର କ୍ୱାର୍ଟର ଫାଇନାଲ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଥିଲା। ଏହାପରେ ହରମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଟିମ୍ ଇଣ୍ଡିଆ ସେମିଫାଇନାଲରେ ବାଂଲାଦେଶକୁ ୮ ଓ୍ଵିକେଟରେ ଏବଂ ଶ୍ରୀଲଙ୍କାକୁ ୧୯ ରନ୍ ରେ ପରାସ୍ତ କରି ପଦକ ହାସଲ କରିଥିଲା।

Get real time updates directly on you device, subscribe now.