fbpx

କ୍ରାଇମବ୍ରାଞ୍ଚର ଚେତାବନୀ: ଭୁଲ୍ ଖବର ସୋସିଆଲ ମିଡ଼ିଆରେ ଶେୟାର କରନ୍ତୁନି, AI ଦ୍ୱାରା ପୋଷ୍ଟକୁ ଯାଞ୍ଚ କରାଯାଉଛି, ଧରାପଡ଼ିଲେ କାର୍ଯ୍ୟାନୁଷ୍ଠାନ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆର ବ୍ୟବହାର ବହୁଳ ଭାବେ କରାଯାଉଛି । ତେଣୁ ଦିନକୁ ଦିନ ସୋସିଆଲ ମିଡ଼ିଆ ମାଧ୍ୟମରେ ଅନେକ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଦେଖାଯାଉଛି । ସୋସିଆଲ ମିଡ଼ିଆକୁ ଅସ୍ତ୍ର କରି ଲୋକଙ୍କୁ ଭ୍ରମିତ କଲା ଭଳି ଖବର ପ୍ରଚାର ଉପରେ ରୋକ ଲଗାଇବାକୁ ରାଜ୍ୟ ପୋଲିସ ପକ୍ଷରୁ ଚେତାବନୀ ଜାରି କରାଯାଇଛି ।

ରାଜ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଗିଦ୍ କରାଯାଇ କୁହାଯାଇଛି, ଯେଉଁ ତଥ୍ୟ ଖବରର ସତ୍ୟତା ନାହିଁ ସେଗୁଡ଼ିକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରନ୍ତୁ କି ଫରୱାର୍ଡ କରନ୍ତୁ ନାହିଁ । ଯଦି ଏଭଳି ଖବର ଦ୍ୱାରା ସାଧାରଣ ବର୍ଗର ଲୋକମାନେ ପ୍ରଭାବିତ ହେଉଥିବାର ଜଣାପଡ଼ିବ ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରଯିବ । ଅନେକ ସମୟରେ କିଛି ଖଳ ପ୍ରକୃତିର ଲୋକମାନେ ମିଥ୍ୟା ଖବର ସୋସିଆଲ ମିଡ଼ିଆରେ ପ୍ରଚାର କରୁଥିବାର ଦେଖାଯାଉଛି । ଫଳରେ ସାଧାରଣ ଲୋକେ ଏହାଦ୍ୱାରା ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି ।

ଏହି ସବୁ ଅସାମାଜିକ କାର୍ଯ୍ୟ ଫଳରେ ଶାନ୍ତିର ବାତାବରଣ ନଷ୍ଟ ହେବା ସହିତ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ବିଗିଡ଼ି ଯାଉଛି । ତେଣୁ ସୋସିଆଲ ମିଡ଼ିଆରେ କୌଣସି ପୋଷ୍ଟ କରିବା ପୂର୍ବରୁ ତା’ର ଶତ ପ୍ରତିଶତ ଯାଞ୍ଚ କରିବା ଦରକାର । କୌଣସି ପୋଷ୍ଟକୁ ଶେୟାର ବା ଫରୱାର୍ଡ କରିବା ପୂର୍ବରୁ ତାକୁ ଠିକ୍ ଭାବେ ପରଖିବା ଦରକାର । ଭୁଲ୍ ଖବର ଫରୱାର୍ଡ କରାଯାଇଥିଲେ ବ୍ୟବହାରକାରୀଙ୍କୁ ମଧ୍ୟ ସମାନ ଭାବେ ଦୋଷୀ ବୋଲି ଧରାଯିବ । ଏହି ଭୁଲ୍ ପୋଷ୍ଟ ଫଳରେ ଦେଶରେ ଅନେକ ଅସୁବିଧା ସୃଷ୍ଟି ହେଉଛି । ଗୁଇନ୍ଦା ବିଭାଗ ଏହା ଉପରେ ନଜର ରକିବା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଦ୍ୱାରା ଅନେକ ପୋଷ୍ଟକୁ ସ୍କାନ କରାଯାଉଛି । ଯେଉଁମାନେ ବାରମ୍ବାର ଏଭଳି ଭୁଲ ପୋଷ୍ଟ କରୁଥିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Get real time updates directly on you device, subscribe now.