fbpx

ଭୁବନେଶ୍ୱର କୁଆଖାଇ ପଠାରେ ବୁଲୁଛି କୁମ୍ଭୀର; ପାର୍ବଣରେ ପାଣି ପାଇଁ ନଦୀକୁ ଯାଉଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆ ନଦୀ ପଠାରେ ଦେଖାଦେଇଛି କୁମ୍ଭୀର । କୁଆଖାଇ ନଦୀ ପଠାରେ ବୁଲୁଛି କୁମ୍ଭୀର । କୁମ୍ଭୀରକୁ ଦେଖି ଲୋକମାନେ ଭୟଭୀତ ହୋଇପଡ଼ିବା ଦେଖିବାକୁ ମିଳିଛି । ନଦୀକୂଳିଆ ଲୋକମାନେ ପ୍ରତିଦିନ ମାଛ ମାରିବା ଓ ପାଣି ଆଣିବାକୁ ଯାଉଥିବାରୁ କୁମ୍ଭୀର କଥା ଶୁଣିବା ପରେ ଏବେ ସେମାନଙ୍କ ମନରେ ଛନକା ପଶିଯାଇଛି ।

ସେପଟେ ନଦୀକୁ ପାଣି ପିଇବାକୁ ଯାଉଥିବା ଗୃହପାଳିତ ପଶୁଙ୍କ ପାଇଁ ବି ଚିନ୍ତା ବଢ଼ିଯାଇଛି । ତେବେ ଏନେଇ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନବା ସବ କୌଣସି ସଚେତନତା ବି ଦିଆଯାଇ ନଥିବା କୁହାଯାଉଛି । ଯାହାକୁ ନେଇ ସାଧାରଣ ଲୋକଙ୍କ ମନରେ କୋଉଠି ନା କୋଉଠି ଭୟ ଦେଖା ଦେଇଛି । ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱର ହେଉଛି ଏକ ଜନ ବହୁଳ ସହର ଯଦି କୋଣସି ପ୍ରକାରରେ ସହର ଭିତରକୁ ଏପରି ହିଂସ୍ର ବନ୍ୟଜନ୍ତୁ ପଶି ଆସନ୍ତି ତେବେ ପରିସ୍ଥିତି ଅତି ଭୟଙ୍କର ହେବା ସ୍ୱଭାବିକ କଥା ।

Get real time updates directly on you device, subscribe now.