fbpx

ଦିଲ୍ଲୀରୁ ଗୁଜୁରାଟ ଯାଉଥିବା କାରରୁ ଉଦ୍ଧାର ହେଲା କୋଟି କୋଟି ଟଙ୍କା: ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିଲା ନୋଟ୍ ଗଣତି, ତଥାପି…

ନୂଆଦିଲ୍ଲୀ: ଅନେକ ସମୟରେ ବେଆଇନ ଭାବେ ପୋଲିସ ଅନେକ ଗାଡ଼ିରୁ ଟଙ୍କା, ସୁନା, ମାଦକ ଦ୍ରବ୍ୟ ଉଦ୍ଧାର କରିଥାଏ । ପୋଲିସ ଥରେ ଏତେମାତ୍ରାରେ ଟଙ୍କା ଜବତ କରିଥିଲା ଯେ, ଉକ୍ତ ଟଙ୍କା ଗଣିବା ପାଇଁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଲାଗିଥିଲା । ଏହା ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

ଦିଲ୍ଲୀରୁ ଗୁଜୁରାଟ ଯାଉଥିବା ଏକ କାରରୁ ପୋଲିସ କୋଟି କୋଟି ଟଙ୍କା ଜବତ କରିଥିଲା । ଏହି ନୋଟ୍ ଏତେ ମାତ୍ରାରେ ଥିଲା ଯେ ବାଧ୍ୟ ହୋଇ ପୋଲିସ ବ୍ୟାଙ୍କରୁ ଟଙ୍କା ଗଣିବା ମେସିନ୍ ମଗାଇଥିଲା । ଏହି ଟଙ୍କାକୁ ଗଣିବା ପାଇଁ ପୋଲିସକୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସମୟ ଲାଗିଯାଇଥିଲା । ରାଜସ୍ଥାନର ଡୁଙ୍ଗରପୁର ପୋଲିସ ଗୁଜୁରାଟ ଯାଉଥିବା ଏକ କାରରୁ ମୋଟ ୪.୫ କୋଟି ଟଙ୍କା ଜବତ କରିଥିଲା । ଏଥିସହିତ ଏହି କଳାକାରନାମାରେ ସମ୍ପୃକ୍ତ ଦୁଇ ଆରୋପୀଙ୍କୁ ଗିରଫ କରିବା ସହ ମାମଲାର ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.