ଭିଡ଼ ସାଜିଲା କାଳ, ରାମଲଲାଙ୍କ ଦର୍ଶନ କରିବାକୁ ଯାଇ ଚାଲିଗଲା ୪ ଶ୍ରଦ୍ଧାଳୁଙ୍କ ଜୀବନ
ଅଯୋଧ୍ୟାରେ ଅଘଟଣ। ରାମଲଲାଙ୍କ ଦର୍ଶନ କରିବାକୁ ଯାଇ ୪ ଭକ୍ତଙ୍କ ଜୀବନ ଗଲା। ୧୨ ଜଣ ମେଡ଼ିକାଲରେ ଭର୍ତ୍ତି। ପ୍ରଶାସନ ପକ୍ଷରୁ ମେଡିକାଲରେ ବୃଦ୍ଧି କରାଗଲା ବେଡ୍ ସଂଖ୍ୟା
ଅଯୋଧ୍ୟା: ଅଯୋଧ୍ୟାରେ ବଡ଼ ଅଘଟଣ। ରାମାଲଲାଙ୍କ ଦର୍ଶନ କରିବାକୁ ଯାଇ ଚାଲିଗଲା ୪ ଭକ୍ତଙ୍କ ଜୀବନ। ଏହା ସହ ୧୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଭିଡ଼ରେ ନିୟନ୍ତ୍ରଣ ନ ରହିବାରୁ ଶ୍ରଦ୍ଧାଳୁଙ୍କ ଜୀବନ ଚାଲିଯାଇଥିବା ସୂଚନା ମିଳିଛି। ଏନେଇ ପ୍ରଶାସନ ମଧ୍ୟ ସଜାଗ ରହିଛି।
ଯେପରି ଶ୍ରଦ୍ଧାଳୁମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇଦିଆଯାଇପାରିବ। ସେଥିପାଇଁ ହସ୍ପିଟାଲରେ ବେଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ୫୦ ଶଯ୍ୟା ବିଶିଷ୍ଟ ଏମର୍ଜେନ୍ସି ଟ୍ରମା ସେଣ୍ଟରରେ ସାତୋଟି ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ବର୍ନ ୱାର୍ଡ ଏବଂ ପୁରୁଣା ବିଲ୍ଡିଂରେ ଅଧିକ ୮୦ଟି ବେଡ୍ ସଂରକ୍ଷିତ ରଖାଯାଇଛି।
କିପରି ଘଟିଲା ଅଘଟଣ: ଯଦି ଦେଖିବା ଅଯୋଧ୍ୟାରେ ପ୍ରଭୁ ରାମଲଲାଙ୍କ ଦର୍ଶନ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି। ମନ୍ଦିର ଭିତରେ ଭିଡ଼ ମଧ୍ୟ ବଢ଼ୁଛି। ପ୍ରଶାସନ ଭିଡ଼କୁ ଆୟତ୍ତରେ ରଖିବାକୁ ଚେଷ୍ଟା କରୁଛି ସତ।
କିନ୍ତୁ ସତର୍କ ରହିବା ପରେ ମଧ୍ୟ ଅଘଟଣ ଘଟୁଛି। ଆଉ ଏବେ ଠାକ୍ ସେହିଭଳି କିଛି ଅଘଟଣ ଅଯୋଧ୍ୟା ରାମଲଲାଙ୍କ ଦର୍ଶନ ବେଳେ ଘଟିଛି। ଭିଡ଼ରେ ଅସୁସ୍ଥ ହୋଇପଡିବାରୁ ଭକ୍ତଙ୍କ ଜୀବନ ଚାଲିଯାଇଛି। ତେବେ ମୃତ୍ୟୁବରଣ କରିଥିବା ସମସ୍ତ ଲୋକଙ୍କ ଜୀବନ ଭିଡ଼ ପାଇଁ ଯାଇନଥିବା ସୂଚନା ମିଳିଛି।
କେତେ ଜଣ ମୃତ୍ୟୁ: ତେବେ ଦେଖିବାକୁ ଗଲେ ବୁଧବାର ଦିନ ୧୪ଜଣ ଭକ୍ତ ମେ଼ଡିକାଲ କଲେଜରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ଶ୍ରାବସ୍ତୀର କୈଳାଶପୁର ଗ୍ରାମର ୨ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ହେଲେ ଆଉ ଦୁଇଜଣଙ୍କର ଅନ୍ୟ କାରଣ ପାଇଁ ମୃତ୍ୟୁ ହୋଇଥିବା ଜଣାପଡିଛି। ଜଣଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ବେଳେ, ଆଉ ଜଣେ ରେଳ ଷ୍ଟେସନରେ ଭିଡ଼ ଯୋଗୁଁ ମୃତ୍ୟିବରଣ କରିଥିବା ଜଣାପଡିଛି।
ମୃତକଙ୍କ ପରିବାର କହିବା କଥା: ଯେଉଁ ଦୁଇଜଣ ଭକ୍ତଙ୍କର ମୃତ୍ୟୁ ଘଟିଛି। ତାଙ୍କ ସମ୍ପର୍କୀୟଙ୍କ କହିବା କଥା ସେ ଦର୍ଶନ କରିବାକୁ ଯାଉଥିଲେ, ଏହି ସମୟରେ ହଠାତ୍ ତାଙ୍କ ରକ୍ତଚାପ ବଢିଯିବା କାରଣରୁ ସ୍ଵାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଯାହା ଫଳରେ ତାଙ୍କର ମୃତ୍ୟୁ ଘଟିଲା।
ହସ୍ପିଟାଲ ପକ୍ଷରୁ ବ୍ୟାପକ ପ୍ରସ୍ତୁତି: ଯଦି ଦେଖିବା ରାମଲଲାଙ୍କ ଦର୍ଶନ ପାଇଁ ଦିନକୁ ଦିନ ଭିଡ଼ ବଢ଼ିବାରେ ଲାଗିଛି। ତା ସହ ଏବେ ଗରମ ମଧ୍ୟ ପଡିଲାଣି। ତେଣୁ ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟବସ୍ଥାକୁ ଦୃଷ୍ଟିରେ ରଖି ମେଡିକାଲ କଲେଜ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
୫୦ ଶଯ୍ୟା ବିଶିଷ୍ଟ ଏମର୍ଜେନ୍ସି ଟ୍ରମା ସେଣ୍ଟରରେ ସାତୋଟି ଆଇସିୟୁ ବେଡ୍ ବ୍ୟବସ୍ଥା କରାଯାଇଛି। ଏହା ବ୍ୟତୀତ ବର୍ନ ୱାର୍ଡ ଏବଂ ପୁରୁଣା ବିଲ୍ଡିଂରେ ଅଧିକ ୮୦ଟି ବେଡ୍ ସଂରକ୍ଷିତ ରଖାଯାଇଛି।