fbpx

ଗୋଟିଏ ସପ୍ତାହରେ ୧୨ ପ୍ରତିଶତ ମହଙ୍ଗା ହେଲା ଅଶୋଧିତ ତୈଳ ଦର, ଭାରତର ପଡିପାରେ ଆମଦାନୀ ଖର୍ଚ୍ଚର ଚାପ

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ଉପରେ ପ୍ରଭାବ ପକାଇଛି। ଅକ୍ଟୋବର ମାସରେ ଏହି ଅଶୋଧିତ ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଭାରତ ପରି ଦେଶରେ ଗଭୀର ଆର୍ଥିକ ପ୍ରଭାବ ପକାଇପାରେ। ନେଟ୍ ପେଟ୍ରୋଲିୟମ ଆମଦାନୀକାରୀ ଭାରତ ଏହି ପରିସ୍ଥିତି ଯୋଗୁଁ ଆମଦାନୀ ଚାପର ସମ୍ମୁଖୀନ ହୋଇପାରେ। ଯଦି ଏହି ଚିନ୍ତା ଜାରି ରହିଲା, ତେବେ ଭାରତର ଆର୍ଥିକ କ୍ଷେତ୍ରରେ ଅବନତି ଦେଖାଦେଇପାରେ।

୩୦ ସେପ୍ଟେମ୍ବର ୨୦୨୩ରେ ବ୍ରେଣ୍ଟ କ୍ରୁଡର ମୂଲ୍ୟ ପ୍ରତି ବ୍ୟାରେଲ ପିଛା ୭୧.୮୧ ଡଲାର ଥିଲା। ୭ ଅକ୍ଟୋବର ପର୍ଯ୍ୟନ୍ତ ଏହା ବଢି ୮୦ ଡଲାରରେ ପହଞ୍ଚିଛି। ଏହାର ଅର୍ଥ ତୈଳର ମୂଲ୍ୟ ଖୁବ ଜୋରରେ ବଢୁଛି।

ଭାରତ ଅଶୋଧିତ ତୈଳ ଆମଦାନୀ କରୁଥିବା ସବୁଠୁ ବଡ଼। ଏଥିରେ ଭାରତ ଉପରେ ତୈଳ ଆମଦାନୀର ପ୍ରଭାବ ବଢିପାରେ। ଆର୍ଥିକ ବର୍ଷ ୨୦୨୪-୨୫ରେ, ଏପ୍ରିଲରେ ଅଗଷ୍ଟ ପର୍ଯ୍ୟନ୍ତ, ଭାରତ ୬,୩୭,୯୭୬.୦୨ କୋଟି ଟଙ୍କାର ପେଟ୍ରୋଲିୟମ ଆମଦାନୀ କରିଛି। ଏହା ଗତ ବର୍ଷ ତୁଳନାରେ ୧୦.୭୭ ପ୍ରତିଶତ ଅଧିକ ଅଟେ। ଯଦି ତୈଳ ଦର ଏପରି ବଢୁଥିବ, ତେବେ ଆଗାମୀ ସମୟରେ ଭାରତ ପାଇଁ ଅସୁବିଧା ବଢିପାରେ। ଏଥିରେ ସବୁଦର ମହଙ୍ଗା ମଧ୍ୟ ହୋଇପାରେ।

Get real time updates directly on you device, subscribe now.