fbpx

ହୋମ ଗ୍ରାଉଣ୍ଡକୁ ଫେରୁଛି ଚେନ୍ନାଇ ସୁପର କିଙ୍ଗସ: ଆରମ୍ଭ ହେବ ବିଜୟ ଅଭିଯାନ!

ନୂଆଦିଲ୍ଲୀ: ଦୀର୍ଘ ୪ ବର୍ଷ ପରେ ନିଜ ଘରକୁ ଫେରିଛି ଚେନ୍ନାଇ ସୁପର କିଙ୍ଗସ । ନିଜ ହୋମ ଗ୍ରାଉଣ୍ଡରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ସହ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ ଖେଳିବ ଧୋନୀ ବାହିନୀ । ତେବେ ଗୁଜୁରାଟ ବିପକ୍ଷରେ ସିଜନର ପ୍ରଥମ ମ୍ୟାଚରେ ପରାଜୟର ସାମନା କରିଥିବା ଚେନ୍ନାଇ ହୋମ ଗ୍ରାଉଣ୍ଡରେ ବିଜୟ ଅଭିଯାନ ଆରମ୍ଭ କରିବ ବୋଲି ଆଶା ରହିଛି । ଚିପାକ୍ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗସର କେଳାଳିମାନଙ୍କୁ ଦମଦାର ସ୍ୱାଗତ କରାଯାଇଛି ।

ଆଜି ଚିପାକ୍ ଷ୍ଟାଡିୟମରେ ଚେନ୍ନାଇ-ଲକ୍ଷ୍ନୌ ଭିତରେ ଖେଳାଯିବ ଟୁର୍ଣ୍ଣାମେଣ୍ଟର ପଞ୍ଚମ ମ୍ୟାଚ । ତେବେ ଏହି ମ୍ୟାଚ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ହେବ ବୋଲି ଆଶା କରାଯାଉଛି । ତେବେ ଧୋନୀଙ୍କ ପାଇଁ ଏହି ମ୍ୟାଚରେ ଅନେକ ବାଧା ସୃଷ୍ଟି ହୋଇପାରେ । ଟିମ୍ ସିଏସକେ ପାଇଁ ସବୁଠୁ ବଡ ସମସ୍ୟା ପାଲଟିଛି ମଧ୍ୟକ୍ରମରେ ବ୍ୟାଟିଂ । ଗୁଜୁରାଟ ବିପକ୍ଷରେ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ ଦମଦାର ବ୍ୟାଟିଂ କରିଥିବା ବେଳେ ମଧ୍ୟକ୍ରମରେ ଫେଲ ମାରିଥିଲା ସିଏସକେ । ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ମାତ୍ର ୫୦ ବଲରୁ ୯୨ ରନର ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଅନ୍ୟ କୌଣସି ଖେଳାଳି ତାଙ୍କୁ ସାଥ୍ ଦେଇ ନଥିଲେ । ମୋଇନ ଅଲୀ, ବେନ ଷ୍ଟୋକ୍ସ, ଅମ୍ବାତି ରାୟୁଡୁ, ଏବଂ ଶିବମ୍ ଦୁବେ ଭଳି ଖେଳାଳି ମଧ୍ୟ ଏହି ମ୍ୟାଚରେ ଫେଲ ମାରିଥିଲେ । ଫଳରେ ଏକଦା ଦଳର ସ୍କୋର ୨୦୦ ପାର ହେବା ନେଇ ଆଶା କରାଯାଉଥିବା ବେଳେ ପ୍ରଥମ ଇନିଂସରେ ୧୭୮ରେ ଅଟକି ଯାଇଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଲକ୍ଷେ୍ନøର ପାୱାର ହିଟର୍ସ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତେଣୁ ଏମାନଙ୍କୁ ରୋକିବା ଧୋନୀଙ୍କ ପାଇଁ ବଡ ଚାଲେଞ୍ଜ ରହିବ । ତେବେ ଏଥିପାଇଁ ଚେନ୍ନାଇକୁ ଏକ ଶକ୍ତିଶାଳୀ ରଣନୀତି ପ୍ରସ୍ତୁତ କରିବାକୁ ପଡିବ । ତେବେ ଧୋନୀଙ୍କ ପାଇଁ ଆଉ ଏକ ବଡ ସମସ୍ୟା ହେଉଛି ବେନ ଷ୍ଟୋକ୍ସଙ୍କ ଆହତ । ଆଗାତ ଯୋଗୁଁ ସେ ବୋଲିଂ କରି ପାରୁ ନଥିବାରୁ ସେ କେବଳ ଜଣେ ବ୍ୟାଟ୍ସମ୍ୟାନ ଭାବେ ଖେଳୁଛନ୍ତି । ତେଣୁ ସୁପର ଜିଆଣ୍ଟ୍ସ ବିପକ୍ଷରେ ଷ୍ଟୋକ୍ସଙ୍କ ବ୍ୟାଟରୁ ଲମ୍ବା ପାଳିର ଆଶା ରକିବ ଟିମ ମ୍ୟାନେଜମେଣ୍ଟ ।

Get real time updates directly on you device, subscribe now.