fbpx
BJD SKY
BJD SKY

ଏହି ରୋଗରେ ଗାଈ-ଗୋରୁଙ୍କୁ ହୋଇପାରେ ଅକାଳ ମୃତ୍ୟୁ, ସାବଧାନ ରୁହନ୍ତୁ ପଶୁପାଳକ!

BJD

ନୂଆଦିଲ୍ଲୀ: ଦେଶରେ ପଶୁପାଳକଙ୍କ ଜରିଆରେ କୃଷକ ମାନଙ୍କ ଆୟ ସେତେବେଳେ ବଢିପାରିବ ଯେତେବେଳେ ପଶୁ ଜାତି ରୋଗ ମୁକ୍ତ ହେବେ । ଗ୍ରୀଷ୍ମ ଏବଂ ବର୍ଷା ସମୟରେ, କ୍ଷୀର ଦେଉଥିବା ଗୋରୁମାନଙ୍କ ଗାଲଗଣ୍ଟୁ ନାମକ ଏକ ବିପଜ୍ଜନକ ରୋଗ ହୋଇଥାଏ । ଏହି ରୋଗ ହେଲେ ପଶୁମାନଙ୍କ ଅକାଳ ମୃତ୍ୟୁ ହୋଇଥାଏ । ଯେଉଁଠାରେ ବର୍ଷା ପାଣି ଜମା ହୋଇଥାଏ, ସେହି ସ୍ଥାନରେ ଗୋରୁ ମାନଙ୍କୁ ଏହି ରୋଗ ହୋଇଥାଏ । ଏହା ଏକ ସଂକ୍ରମଣ ଜନିତ ରୋଗ ଅଟେ । ସାଧାରଣତଃ ମଇ-ଜୁନ ମାସରେ ଗାଈ ଏବଂ ମଇଁଷି ମାନଙ୍କ ପାଖେ ଏହା ଅଧିକ ଦେଖାଦେଇଥାଏ । ଯଦି ଆପଣଙ୍କ ଗୋରୁ ଏପରି ଅପରିଷ୍କାର ଯାଗାରେ ଅଛି ତେବେ ତାକୁ ତୁରନ୍ତ ଏକ ପରିଷ୍କାର ସ୍ଥାନକୁ ନେଇ ଆସନ୍ତୁ ।

ଏହି ରୋଗ ହେବା ମାତ୍ରେ ପଶୁମାନଙ୍କୁ ପାଖାପାଖି ୧୦୫ ରୁ ୧୦୬ ଡିଗ୍ରୀ ପର୍ଯ୍ୟନ୍ତ ଜ୍ୱର ରହିବ । ସେମାନଙ୍କ ଆଖି ପୁରା ଲାଲ ହୋଇଯାଇଥାଏ । ନାକ, ଆଖି ଏବଂ ମୁହଁରୁ ପାଣି ବାହାରିଥାଏ । ବେକ, ଶୀର ବା ଆଗ ଦୁଇଟି ଆଣ୍ଠୁ ଫୁଲିଯିବା ନଜର ଆସିବ । ଶ୍ୱାସ ନେବା ସମୟରେ ଖୁବ ଜୋରରେ ଶବ୍ଦ ହେବ । ଶ୍ୱାସ ନେବା ସମୟରେ ଅସୁବିଧା ହେବାରୁ ପଶୁ ମାନଙ୍କ ମୃତ୍ୟୁ ହୋଇପାରେ ।

ବିଶେଷଜ୍ଞ ସୂଚନା ଅନୁଯାୟୀ, ଏହି ରୋଗ ଅନ୍ୟ ଏକ ପଶୁ ଠାରୁ ଅନ୍ୟ ଏକ ପଶୁକୁ ସଂକ୍ରମଣ ହୋଇଥାଏ । ଏଥିରେ ସୁସ୍ଥ ପଶୁ ମାନଙ୍କ ଖାଦ୍ୟ, ଚାରା, ଦାନା, ପାଣି ସବୁକୁ ଅଲଗା କରିଦିଅନ୍ତୁ । ଏହାସହ ତାଙ୍କ ରହିବା ସ୍ଥାନ ମଧ୍ୟ ରୋଗୀ ପଶୁଙ୍କ ଠାରୁ ଅଲଗା କରି ଦିଅନ୍ତୁ । ଏକ ଗଭୀର ଗର୍ତ୍ତ ଖୋଳିବା ଏବଂ ଏଥିରେ ଲୁଣ କିମ୍ବା ଚୂନ ମିଶାଇ ରୋଗରେ ମୃତ୍ୟୁବରଣ କରିଥିବା ପଶୁଙ୍କ ଶବକୁ ନିଷ୍କାସନ କରନ୍ତୁ, ଅନ୍ୟଥା, ଏହାର ସଂସ୍ପର୍ଶରେ ଆସି ଅନ୍ୟ ପଶୁମାନେ ମଧ୍ୟ ଅସୁସ୍ଥ ହୋଇପାରନ୍ତି। ଏହା ବ୍ୟତୀତ, ଅସୁସ୍ଥ ପଶୁମାନଙ୍କର କ୍ଷୀର ପିଇବା ଠାରୁ ଦୂରେଇ ରୁହନ୍ତୁ।

Get real time updates directly on you device, subscribe now.