fbpx

ଆଇପିଏଲ୍ ୨୦୨୩: ରୁତୁରାଜ ଗାୟକ୍ୱାଡଙ୍କ ଧୁଆଁଧାର ଅର୍ଦ୍ଧଶତକ, ଗୁଜରାଟ ଆଗରେ ବିଜୟ ଲକ୍ଷ୍ୟ ୧୭୯

ଅହମ୍ମଦାବାଦ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ୧୬ ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟାନ୍ସ ମୁହାଁମୁହିଁ ହୋଇଛନ୍ତି। ଟସ୍ ହାରି ପ୍ରଥମେ ପ୍ରଥମେ ବ୍ୟାଟିଂ କରିଛି ଚେନ୍ନାଇ। ମ୍ୟାଚ୍ ଆରମ୍ଭରୁ ରୁତୁରାଜ ଗାୟକ୍ୱାଡ୍‌ଙ୍କ ଧମାକାଦାର ଇନିଂସ ଦେଖିବାକୁ ମିଳିଥିଲା । ରୁତୁରାଜ ୫୦ ବଲ୍ ଖେଳି ମୂଲ୍ୟବାନ ୯୨ ରନ୍ ସଂଗ୍ରହ କରିଥିଲେ । ତାଙ୍କ ବ୍ୟତିତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଚେନ୍ନାଇ ପାଇଁ ଏତେ ଭଲ ପ୍ରଦର୍ଶନ କରି ପାରି ନଥିଲେ ।

କିନ୍ତୁ ଶେଷ ଆଡ଼କୁ ମହେନ୍ଦ୍ରା ସିଂ ଧୋନୀ ନିଜର ଚିରାଚରିତ ଫିନିସିଂ ଅବତାରରେ ନଜର ଆସିଥିଲେ । ଧୋନୀ ମାତ୍ର ୭ଟି ବଲ୍ ଖେଳି ଗୋଟିଏ ଛକ୍କା ଏବଂ ଗୋଟିଏ ଚୌକା ସହିତ ୧୪ ରନ୍ ସଂଗ୍ରହ କରି ପାରିଥିଲେ । ଗୁଜରାଟ ପାଇଁ ମହମ୍ମଦ ଶାମି, ରଶିଦ ଖାନ୍‌, ଅଲଝାରୀ ଜୋସେଫ୍ ଦୁଇଟି ଲେଖାଏଁ ୱିକେଟ୍ ଏବଂ ଜାସୁଆ ଲିଟିଲ୍ ଗୋଟିଏ ୱିକେଟ୍ ପାଇଥିଲେ ।

Get real time updates directly on you device, subscribe now.