CTET ରେଜଲ୍ଟ ୨୦୨୧: ପ୍ରକାଶ ପାଇଲା ପରୀକ୍ଷା ଫଳ, ଏମିତି କରନ୍ତୁ ଚେକ୍

କେନ୍ଦ୍ରୀୟ ଶିକ୍ଷକ ଦକ୍ଷତା ପରୀକ୍ଷା(ସିଟିଇଟି) ଫଳ ପ୍ରକାଶିତ । ସିଟିଇଟି ଡିସେମ୍ବର ଟର୍ମର ପ୍ରଥମ ପେପରରେ ୨୯% ଓ ଦ୍ୱିତୀୟ ପେପରରେ ୧୭% ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷା ଫଳ ବିଭାଗର ୱେବ୍ ସାଇଟ୍ www.ctet.nic.in ରେ ଉପଲବ୍ଧ ।

ସିଟିଇଟି ପରୀକ୍ଷା  ୧୬  ଡିସେମ୍ବର ୨୦୨୧ ରୁ ଜାନୁଆରୀ ୨୦୨୨ ମଧ୍ୟରେ କରାଯାଇଥିଲା । ସରକାରୀ ଶିକ୍ଷକ ହେବା ପାଇଁ ସିଟିଇଟି ପରୀକ୍ଷା ସିବିଏସଇ ଦ୍ୱାରା ଆୟୋଜିତ ହୋଇଥାଏ । ଫଳରେ ସରକାରୀ ଚାକିରି କରିବା ପାଇଁ ରାସ୍ତା ସୁଗମ ହୋଇଥାଏ ।