fbpx
BSKY SKY
BSKY SKY

CUET PG 2023 Date: ୫ରୁ ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ହେବ ସିୟୁଇଟି ପରୀକ୍ଷା, ୟୁଜିସି ଅଧ୍ୟକ୍ଷ ଦେଲେ ସୂଚନା

BSKY

ନୁଆଦିଲ୍ଲୀ: ନୟାସନାଲ ଟେଷ୍ଟିଂ ଏଜେନ୍ସୀ ପକ୍ଷରୁ ଚଳିତ ବର୍ଷ CUET PG ପରୀକ୍ଷା ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ୫,୬,୭,୮,୯,୧୦,୧୧ ଏବଂ ୧୨ ଜୁନ୍‌ରେ ପରୀକ୍ଷା ଆୟୋଜିତ ହେବ । ଏହି ସୂଚନା ୟୁଜିସି ଅଧ୍ୟକ୍ଷ ଏମ ଜଗଦୀଶ କୁମାର ଦେଇଛନ୍ତି । ଏହା ସହିତ ଏହି ପରୀକ୍ଷା ପାଇଁ ପଞ୍ଜିକରଣ ତାରିଖ ମଧ୍ୟ ବଢାଇ ଦିଆଯାଇଛି । ଆଜି ଜଗଦୀଶ କୁମାର ଟ୍ୱିଟ୍ କରି ଏହି ସୂଚନା ଦେଇଥିବା ବେଳେ ନିୟମିତ ଏନ୍‌ଟିଏ ୱେବସାଇଟ୍ ପରିଦର୍ଶନ କରିବାକୁ ପରାମର୍ଷ ଦେଇଛନ୍ତି ।

ଏହାପୂର୍ବରୁ, ଉଟଋଞ ଚଏ ୨୦୨୩ ପଞ୍ଜୀକରଣ ପାଇଁ ତାରିଖ ୫ ମଇ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାପୂର୍ବରୁ, ଏହି ପରୀକ୍ଷା ପାଇଁ ପଞ୍ଜୀକରଣ କରିବାର ଶେଷ ତାରିଖ ଥିଲା ୧୯ ଏପ୍ରିଲ ୨୦୨୩। ଯାହା ବର୍ତ୍ତମାନ ପୁଣିଥରେ ବଢ଼ାଯାଇଛି। ଏହା ବ୍ୟତୀତ ପ୍ରାର୍ଥୀମାନେ ସେମାନଙ୍କର ଆବେଦନ ଫର୍ମରେ ୬ ମଇରୁ ୮ ମଇ ୨୦୨୩ ପର୍ଯ୍ୟନ୍ତ ସଂଶୋଧନ କରିବାକୁ ସମର୍ଥ ହେବେ। ଚଳିତ ବର୍ଷ ଉଟଋଞ ଚଏ ୨୦୨୩ ପରୀକ୍ଷାରେ ୪୨ ବିଶ୍ୱବିଦ୍ୟାଳୟ ଅଂଶଗ୍ରହଣ କରିବେ। ଯେଉଁଥିରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ରାଜ୍ୟ ବିଶ୍ୱବିଦ୍ୟାଳୟ ଏବଂ ବିବେଚିତ ବିଶ୍ୱବିଦ୍ୟାଳୟ ଅଛନ୍ତି।

Get real time updates directly on you device, subscribe now.