fbpx

ଗ୍ରାହକ ସାବଧାନ: କୋଲ୍ଡ ଡ୍ରିଙ୍କସ ବୋତଲ ଭିତରୁ ବାହାରିଲା ଏକ ବଡ଼ ପୋକ, ଥଣ୍ଡା ପିଇବା ପୂର୍ବରୁ ଚେକ୍ କରି ପିଅନ୍ତୁ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଗ୍ରୀଷ୍ମ ସିଜିନ୍ ଚାଲିଥିବା ବେଳେ ରାଜ୍ୟବାସୀ ଅସହ୍ୟ ଗରମରେ କଲବଲ ହେଉଛନ୍ତି । ତେଣୁ ଏଭଳି ସ୍ଥିତିରେ ଲୋକମାନେ ଥଣ୍ଡା ପାନୀୟ, ଲସି, ସରବତ, ତରଭୁଜ ଖାଇବାକୁ ପସନ୍ଦ କରିଥାନ୍ତି । ଏଥିସହିତ ଶରୀରକୁ ଆରାମ ଦେବା ପାଇଁ ଏସି, କୁଲର ଉପରେ ଭରସା କରୁଛନ୍ତି । ତେବେ ଆଜିକାଲି ବଜାରରେ ବିକ୍ରି ହେଉଥିବା ଥଣ୍ଡା ପାନୀୟ ପିଇବାକୁ ପାଟିକୁ ଭଲ ଲାଗିପାରେ ମାତ୍ର ତାହା ଆମ ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ ।

ତେବେ ଖରାଦିନେ ଯଦି ଆପଣମାନେ ଅତ୍ୟଧିକ ଥଣ୍ଡାପ୍ରିୟ ତେବେ ସାବଧାନ ହୋଇଯାଆନ୍ତୁ । ଏ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଆପଣମାନେ ଥଣ୍ଡା ପାନୀୟକୁ ପିଇବାକୁ ପୂର୍ବରୁ ବୋତଲ ଖୋଲି ଭଲ ଭାବେ ତନଖି ନିଅନ୍ତୁ । କାରଣ ବୋତଲ ଭିତରେ କୌଣସି ମଇଳା ପଦାର୍ଥ ବା କୀଟ ରହିଥାଇ ପାରନ୍ତି । ଏହା ଆମେ ଆପଣଙ୍କୁ ଡରାଇବାକୁ କହୁନାହୁଁ । ରାଜ୍ୟରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ।

ସୂଚନା ମୁତାବକ, ରାଜ୍ୟର ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ବଡ଼ ଘଟଣା । ଥଣ୍ଡା ବୋତଲରୁ ଥଣ୍ଡା ପିଉଥିବା ସମୟରେ ହଠାତ୍ ସେଥିରେ ଏକ ପୋକ ଭାସୁଥିବା ଦେଖାଯାଇଥିଲା । ଯାଜପୁର ଟାଉନ ସ୍ଥିତ ବିରଜା ମନ୍ଦିର ନିକଟରେ ଥିବା ଏକ ଦୋକାନରୁ ଜଣେ ଗ୍ରାହକ କୋଲଡ ଡ୍ରିଙ୍କସ କିଣିଥିଲେ । ମାତ୍ର ବୋତଲ ଖୋଲିବା ପୂର୍ବରୁ ବୋତଲ ଭିତରେ ଏକ ବଡ଼ ପୋକ ଭାସୁଥିବାର ଗ୍ରାହକ ଜଣଙ୍କ ଦେଖିବାକୁ ପାଇଥିଲେ । ଏହି ଘଟଣାକୁ ନେଇ ଗ୍ରାହକ ଜଣଙ୍କ ଅସନ୍ତୋଷ ପ୍ରକାଶ କରିବା ସହିତ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ସାମାନ୍ୟ ଅନ୍ୟମନସ୍କ ହେଲେ ଆପଣଙ୍କ ପେଟକୁ ଏହି ପୋକ ଚାଲିଯାଇପାରେ । ତେଣୁ ଥଣ୍ଡା ପିଇବା ପୂର୍ବରୁ ସତର୍କ ହୁଅନ୍ତୁ । ପୂର୍ବରୁ ବିଭିନ୍ନ ଖାଦ୍ୟ ସାମଗ୍ରୀରେ ଅସରପା, ପୋକ ରହିଥିବାର ଏକାଧିକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲ ।

Get real time updates directly on you device, subscribe now.