fbpx

କେନ୍ଦ୍ର ସରକାରଙ୍କ ନିୟମ: ବାରମ୍ବାର ବିଜୁଳି କଟ୍ ହେଲେ ଆପଣ ସହାୟତା ଦାବି କରିପାରିବେ, ଏହି ୮ଟି ତ୍ରୁଟି ଦେଖାଦେଲେ ଅଭିଯୋଗ କରିହେବ!

Advertisement

ନୂଆଦିଲ୍ଲୀ: ବର୍ତ୍ତମାନର ଗ୍ରୀଷ୍ମ ସିଜିନରେ ଦେଶର ଅଧିକାଂଶ ରାଜ୍ୟରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହିଛି । ଏପରି ସ୍ଥିତିରେ ବିଜୁଳି କଟ୍ ହେବା ପ୍ରତ୍ୟେକ ଲୋକ ଓ ପରିବାର ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଥାଏ । ଯଦି ବିଜୁଳି ୩-୪ ଘଣ୍ଟା ପାଇଁ ଚାଲିଯାଏ, ତେବେ କଥା ସରିଲା । ଅନେକ ସମୟରେ ବିଦ୍ୟୁତ କମ୍ପାନୀମାନେ ଦିନର ଏକ ନିର୍ଦ୍ଦିଷ୍ଟ ସମୟରେ କିଛି ସମୟ ପାଇଁ ବିଜୁଳି କଟ୍ କରିଥାନ୍ତି । ତେବେ ଆପଣମାନେ ହୁଏତ ଜାଣିନଥିବେ, ଯଦି ବିଜୁଳି କମ୍ପାନୀ ବାରମ୍ବାର ବିଦ୍ୟୁତ କଟ୍ କରୁଥିବ, ତେବେ ସେନେଇ ଆପଣମାନେ ସହାୟତା ପାଇଁ ଦାବି କରିପାରିବେ ।

ବିଦ୍ୟୁତ କମ୍ପାନୀମାନେ ବିଦ୍ୟୁତ କଟ୍ କରିବା ପଛରେ କିଛି କାରଣ ରହିଛି । ଗରମ ଦିନେ ଲୋକମାନେ ଅଧିକ ମାତ୍ରାରେ ବିଦ୍ୟୁତ ବ୍ୟବହାର କରିଥାନ୍ତି । ତେଣୁ କମ୍ପାନୀମାନେ ବିଦ୍ୟୁତ କଟ କରି ଆବଶ୍ୟକତାକୁ ପୂରଣ କରିଥାଏ । ତେବେ ଆପଣଙ୍କ ଅଞ୍ଚଳରେ ଯଦି ବାରମ୍ବାର ବିଦ୍ୟୁତ କଟ୍ ହେଉଥିବ, ଏପରି କିଛି ମାମଲାରେ କମ୍ପାନୀଠାରୁ ଆପଣମାନେ ସହାୟତା ରାଶି ଆଦାୟ କରିପାରିବେ । ସରକାରଙ୍କ ପକ୍ଷରୁ ୨୦୨୦ରେ ଜାରି ହୋଇଥିବା ଏକ ନୋଟିଫିକେସନ ମୁତାବକ, କମ୍ପାନୀ ସମସ୍ତ ଉପଭୋକ୍ତାଙ୍କ ପାଇଁ ୨୪ ଘଣ୍ଟିଆ ବିଦ୍ୟୁତ ବିତରଣ କରିଥାଏ ।

ମାତ୍ର କିଛି ମାମଲାରେ ବିଦ୍ୟୁତ ବିତରଣ ପାଇଁ ବିଦ୍ୟୁତ୍ କଟ୍ କରିବାର ଅଧିକାର କମ୍ପାନୀର ରହିଛି । କମ୍ପାନୀ ଯଦି ଜାଣିଶୁଣି ବାରମ୍ବାର ବିଦ୍ୟୁତ କଟ୍ କରେ, ତେବେ ଏଥିପାଇଁ ତାକୁ ସହାୟତା ରାଶି ଦେବାକୁ ପଡ଼ିଥାଏ । ତେବେ ସହାୟତା ପାଇବାକୁ ହେଲେ କମ୍ପାନୀ ଜାଣିଶୁଣି ବାରମ୍ବାର ବିଜୁଳି କାଟୁଥିବା ନେଇ ଉପଭୋକ୍ତାଙ୍କୁ ପ୍ରମାଣ କରିବାକୁ ପଡ଼ିବ । ଏହା ବ୍ୟତୀତ ଅନ୍ୟ ମାମଲାରେ ମଧ୍ୟ କମ୍ପାନୀକୁ ସହାୟତା ଦେବାକୁ ପଡ଼ିଥାଏ । (୧) ଧାର୍ଯ୍ୟ ସମୟ ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବିଜୁଳି କାଟିଲେ, (୨) ଏକ ଲିମିଟରୁ ଅଧିକ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ବିତରଣରେ ବାଧା ସୃଷ୍ଟି ହେଲେ, (୩) କନେକ୍ସନ, ଡିସକନେକ୍ସନ, ପୁଣି କନେକ୍ସନ, ଟ୍ରାନ୍ସଫର ପାଇଁ ଅଧିକ ସମୟ ନେଲେ, (୪) କଞ୍ଜ୍ୟୁମର କ୍ୟାଟେଗୋରୀ, ଲୀଡ ଚେଞ୍ଜ କରିବା ପାଇଁ ମାତ୍ରାଧିକ ସମୟ ନିଆଗଲେ, (୫) କଞ୍ଜ୍ୟୁମର ସପ୍ଲାଇରେ ପରିବର୍ତ୍ତନ ପାଇଁ ଅଧିକ ସମୟ ନିଆଗଲେ, (୬) ଖରାପ ମିଟର୍ସ ବଦଳାଇବାରେ ଲାଗୁଥିବା ସମୟ କ୍ଷେତ୍ରରେ, (୭) ବିଲ ଦେବାରେ ଅଧିକ ସମୟ ଲଗାଇଲେ, (୮) ଭୋଲ୍ଟେଜ ସମ୍ବନ୍ଧିତ ଅଭିଯୋଗକୁ ସମାଧନ କରିବାରେ ଅଧିକ ସମୟ ନେଲେ, (୯) ବିଲ ସମ୍ବନ୍ଧୀୟ ଅଭିଯୋଗର ସମାଧାନ ନ କରିପାରିଲେ କମ୍ପାନୀକୁ ସହାୟତା ଦେବାକୁ ପଡ଼ିଥାଏ । ଉପଭୋକ୍ତାଙ୍କୁ ୨୪ ଘଣ୍ଟିଆ ବିଜୁଳି ବିତରଣରେ କ୍ଷେତ୍ରରେ କମ୍ପାନୀ ପକ୍ଷରୁ କୌଣସି ଦାୟିତ୍ୱହୀନତା ଦେଖାଦେଲେ ଗ୍ରାହକମାନେ ଅଭିଯୋଗ କରି ସହାୟତା ଦାବି କରିପାରିବେ ବୋଲି ବିଜୁଳି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.