fbpx

+୩ ରେ ନାମଲେଖା ପାଇଁ ଆଜି ପ୍ରକାଶ ପାଇବ କଟ୍ ଅଫ୍ ମାର୍କ

ଭୁବନେଶ୍ୱର,(ଓଡିଶା ଭାସ୍କର): +୩ରେ ନାମଲେଖା ପାଇଁ ଆଜି ପୂର୍ବାହ୍ନ ୧୧ଟାରେ ପ୍ରକାଶ ପାଇବ କଟ୍ ଅଫ୍ ମାର୍କ । ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ୧୩ରୁ ୧୬ ମଧ୍ୟରେ ନାମ ଲେଖାଇବା ପାଇଁ ଫି ଦାଖଲ କରିପାରିବେ ।

ସେହିପରି ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ସେପ୍ଟେମ୍ବର ୨୨ ତାରିଖରୁ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ପରେ ବଳକା ସିଟ୍ ପୂରଣ ପାଇଁ ମାର୍ଗଦର୍ଶିକା ଜାରିହେବ । ତେବେ ଚଳିତ ବର୍ଷ ପ୍ରାୟ ୨ ଲକ୍ଷ ୬୦ ହଜାର ପିଲା +୩ ପାଇଁ ଆବେଦନ କରିଛନ୍ତି । ଗୋଟିଏ କଲେଜରେ ନାମ ଲେଖାଇ ସାରିବା ପରେ ଯଦି ଉପର ପସନ୍ଦ କଲେଜକୁ ଯିବାକୁ ଚାହୁଁଛନ୍ତି, ଅନଲାଇନରେ slide-Up ଫର୍ମ ପୂରଣ କରିବାକୁ ପଡିବ ।

Get real time updates directly on you device, subscribe now.