fbpx

ତାଲିବାନ ସରକାରୀ ହାଇଟେବୁଲରେ ବସିଲେ ହାର୍ଡକୋର ଆତଙ୍କବାଦୀ

ନୂଆଦିଲ୍ଲୀ: ହାର୍ଡକୋର ତାଲିବାନୀ ଆତଙ୍କ ବାଦୀ ବସିବେ ହାଇ ଟେବୁଲ୍ ସରକାରରେ ।ରକେଟ୍ ଆକ୍ରମଣ ଓ ରାସ୍ତାକଡ଼ ସୁଇସାଇଡ୍ ବମ୍ବିଂ ଲାଗି କୁଖ୍ୟାତ ହକାନୀ ନେଟଓ୍ୱର୍କ । ହକାନି ନେଟଓ୍ୱର୍କ ମୁଖ୍ୟ ସିରାଜୁଦ୍ଦିନ ହକାନୀ ଓ ତାଙ୍କ ଦାଦା ଖଲିଲ୍ ହକାନୀଙ୍କୁ ଅନ୍ତରୀଣ ସରକାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ମିଳିଛି। ଏହା ସହିତ ସରକାରରେ ନାଁ ରହିଛି କୁଖ୍ୟାତ ପରିବାରର ଆଉ ଦୁଇ ସଦସ୍ୟଙ୍କ ସରକାରର ସବୁ ଗୁରୁତ୍ୱପୂର୍ଣ୍ଣ ପଦବୀ ମଧ୍ୟଯୁଗୀୟ ଚିନ୍ତାଧାରା ରଖୁଥିବା ଚରମପନ୍ଥୀଙ୍କ ହାତରେ ଥିବା ବେଳେ ଦୋହା ସମ୍ମିଳନୀର ଉଦାରବାଦୀ ନେତାଙ୍କୁ ଏକ ପାଖିଆ କରା ଯାଇଛି । ସଂଗଠନର ରାଜନୈତିକ ମୁଖ୍ୟ ମୁଲ୍ଲା ଅବଦ୍ଦୁଲ ଘନି ବରାଦରଙ୍କ ସ୍ଥାନରେ ମୁଲ୍ଲା ହାସାନ୍ ଅଖୁନ୍ଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ, ଦୋହାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଥିବା ଶେର ଆବ୍ବାସ ଷ୍ଟାନିକ୍ଜାଇଙ୍କୁ ଉପ ବୈଦେଶିକ ମନ୍ତ୍ରୀ ପଦ ମିଳିଛି। ଦୋହା ଶାନ୍ତି ଆଲୋଚନାରେ ନେତୃତ୍ୱ ନେଇଥିବା ନରମପନ୍ଥୀ ନେତାଙ୍କୁ ସଂପୂର୍ଣ୍ଣ ଭାବେ ଉପେକ୍ଷା କରାଯାଇଛି।

ସଂଗଠନର ରାଜନୈତିକ ମୁଖ୍ୟ ମୁଲ୍ଲା ବରାଦର ପ୍ରଧାନମନ୍ତ୍ରୀ ହେବେ ବୋଲି ପୂର୍ବରୁ ଜୋରଦାର ଚର୍ଚ୍ଚା ହୋଇଥିଲା।ତେବେ ଶେଷ ମୁହୂର୍ତ୍ତରେ ପ୍ରଧାନମନ୍ତ୍ରୀ ପଦ ଯାଇଛି। ହାର୍ଡଲାଇନ ନେତା ମୁଲ୍ଲା ହାସାନ୍ ଅଖୁନ୍ଦଙ୍କ ପାଖକୁ ତାଲିବାନର କ୍ଷମତାଶାଳୀ ରେହବାରୀ ସୁରାର ମୁଖ୍ୟ ଅଖୁନ୍ଦ ଜାତିସଂଘ ଆତଙ୍କବାଦୀ ତାଲିକାରେ ଥିବା ବେଳେ ଏହି ବ୍ୟକ୍ତି ବାମିୟାନର ଐତିହାସିକ ବୌଦ୍ଧମର୍ତ୍ତି ଧ୍ୱଂସ କରିବା ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉପ ପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦର ଏବଂ ଉପ ବୈଦେଶିକ ମନ୍ତ୍ରୀ ଶେର ଆବ୍ବାସ ଷ୍ଟାନିକଜାଇ ବି ଜାତିସଂଘର ଆତଙ୍କବାଦୀ ଲିଷ୍ଟରେ ଅଛନ୍ତି। ତେବେ ଏହା ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ସମର୍ଥିତ ହକାନି ନେଟଓ୍ୱର୍କର ସରକାରରେ ଦବ୍ଦବା ଏହି କୁଖ୍ୟାତ ଅତଙ୍କୀ ସଂଗଠନର ମୁଖ୍ୟ ସିରାଜୁଦ୍ଦିନ ହକାନୀ ଆଫଗାନିସ୍ତାନର ଗୃହମନ୍ତ୍ରୀ ହୋଇଥିବା ବେଳେ ଦାଦା ଖଲିଲ ହକାନୀ ଶରଣାର୍ଥୀ ବ୍ୟାପାର ବୁଝିବେ। ଉଭୟ ସିରାଜୁଦ୍ଦିନ ଓ ଖଲିଲ୍ FBI ର ମୋଷ୍ଟ ଓ୍ୱାଣ୍ଟେଡ୍ ଥିବା ବେଳେ କେବଳ ସିରାଜୁଦ୍ଦିନ ମୁଣ୍ଡରେ ୧୦ ମିଲିୟନ ଡଲାର୍ ଓ ଖଲିଲ୍ ମୁଣ୍ଡରେ ୫ ମିଲିୟନ ଡଲାରର ପୁରସ୍କାର ରାଶି।

୨୦୦୮ କାବୁଲ ସ୍ଥିତ ଭାରତୀୟ ଦୂତାବାସ ବିସ୍ଫୋରଣ ଘଟଣାରେ ଆଇଏସଆଇ ଓ ହକାନୀ ନେଟ୍ଓ୍ୱର୍କର ହାତ ଥିଲା। ଏଥିରେ ୫୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଆଫଗାନିସ୍ତାନ ସରକାରରେ ହକାନୀ ଗୋଷ୍ଠୀ କ୍ଷମତା କେନ୍ଦ୍ରରେ ରହିବା ଦ୍ୱାରା ଆଇଏସଆଇ ସେମାନଙ୍କୁ ବ୍ୟବହାର କରି କାଶ୍ମୀରରେ ଅଶାନ୍ତି ସୃଷ୍ଟି ଲାଗି ପ୍ରୟାସ କରିପାରେ ବୋଲି ଆଶଙ୍କା କରାଯାଉଛି। ସେହିପରି ସରକାରରେ ନରମପନ୍ଥୀ ନେତାଙ୍କୁ ଉପେକ୍ଷା କରାଯିବା ଭାରତ ପାଇଁ ଅଡୁଆ ବଢାଇଛି ତାଲିବାନ। କ୍ୟାବିନେଟ୍‌ରେ ସ୍ଥାନ ପାଇଥିବା ୩୩ ନେତାଙ୍କ ମଧ୍ୟରୁ ୧୭ ଜଣଙ୍କ ବିରୁଦ୍ଧରେ ଜାତିସଂଘ କଟକଣା ରହିଛି।ତେଣେ ନୂଆ ସରକାର ଘୋଷଣା କରୁ କରୁ ତାଲିବାନ ଏହାର ଅସଲ ରୂପ ଦେଖାଇଛି।

Get real time updates directly on you device, subscribe now.