fbpx

‘SDMକୁ ଜୋତରେ ମାରି ଠିକ୍ କରିଦେବି’ କହିଥିବା ବିଜେପି ବିଧାୟକଙ୍କ ଭିଡିଓ ଭାଇରାଲ

ସୀତାପୁର: ‘ଏସଡିଏମର ମୁଣ୍ଡ ଖରାପ ହୋଇଯାଇଛି କି? ସେ ଗରୀବଙ୍କ ଘର ଭାଙ୍ଗିବ । ଜୋତାରେ ମାରିବି । ଆଜି ହିଁ ତାକୁ ଠିକ୍ କରିଦେବି । ଏଥିରୁ ସେ ନିଜ ପାଇଁ ଟଙ୍କା ରୋଜଗାର କରୁଛି । ବଡ଼ ଲୋକମାନେ ତାକୁ ଦେଖାଯାଉନାହାନ୍ତି…’ ଏପରି କଥା କୌଣସି ସାଧାରଣ ଲୋକର ନୁହେଁ, ବରଂ ଉତ୍ତରପ୍ରଦେଶର ମହୋଲୀ ବିଧାୟକ ଶଶାଙ୍କ ତ୍ରିବେଦୀ କହିଛନ୍ତି । ଏସଡିଏମକୁ ଧମକ ଦେଉଥିବା ବିଧାୟକଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁସାରେ, ସୀତାପୁର ଜିଲ୍ଲାର ମହୋଲୀ ତହସିଲର ଏକ ଗାଁରେ ସଚିବାଳୟ ନିର୍ମାଣ କାର୍ଯ୍ୟ ଚାଲିଥିଲା । ଏଥିରେ ଏକ ଘର ବାଧା ସୃଷ୍ଟି କରୁଥିଲା, ଫଳରେ ଏହାକୁ ଭାଙ୍ଗିବାକୁ ଏସଡିଏମ ପଙ୍କଜ ପ୍ରକାଶ ରାଠୌର ଆଦେଶ ଦେଇଥିଲେ । ଘର ଭାଙ୍ଗିବା କଥା ଶୁଣିବା ମାତ୍ରେ ବିଧାୟକ ପଙ୍କଜ ତ୍ରିବେଦୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ସ୍ଥାନୀୟ ଲୋକଙ୍କ ସାମ୍ନାକୁ ଆସି କୋତୱାଲାକୁ ଫୋନ୍ କରି ଏଫଆଇଆର ରୁଜୁ କରିବାକୁ ପହିଥିଲେ ଓ ଏସଡିଏମକୁ ଜୋତାରେ ମାରିବାକୁ କହିଥିଲେ । ଏହି ସଭୟରେ ଭିଡ଼ ଭିତରେ ଥିବା ଲୋକଙ୍କ ମଧ୍ୟରୁ କେହି ଜଣେ ଏହାର ଭିଡିଓ କରି ପୋଷ୍ଟ କରିଥିଲେ, ଯାହାକି ଭାଇରାଲ ହେବାରେ ଲାଗିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.