ରାତି ଅଧ୍ୟରେ ପ୍ରେମିକାକୁ ଭେଟିବା ନିଶା, ପ୍ରେମିକା ଘର ଲୋକ ପ୍ରେମିକର କାଟି ଦେଲେ…
ମଙ୍ଗଳବାର ଦିନ ରାତିରେ ଘଟିଛି ଏହି ଘଟଣା। ୨୫ ବର୍ଷ ଯୁବକଙ୍କ କାଟିଦେଲେ ପ୍ରାଇଭେଟ୍ ପାଟ୍। ଯୁବକ ଜଣଙ୍କ ତାଙ୍କ ପ୍ରେମିକାକୁ ଭେଟିବାକୁ ଯାଇଥିଲେ।
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗୋରଖପୁରରେ ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି। ମଙ୍ଗଳବାର ଦିନ ରାତିରେ ଘଟିଛି ଏହି ଘଟଣା। ୨୫ ବର୍ଷ ଯୁବକଙ୍କ କାଟିଦେଲେ ପ୍ରାଇଭେଟ୍ ପାର୍ଟ।
ଯୁବକ ଜଣଙ୍କ ତାଙ୍କ ପ୍ରେମିକାକୁ ଭେଟିବାକୁ ଯାଇଥିଲେ। ରାତି ଅଧ୍ୟରେ ପ୍ରେମିକା ସହ ପ୍ରେମିକକୁ ଅସଞ୍ଜତ ଅବସ୍ଥାରେ ଦେଖିଥିଲେ ଝିଅ ପରିବାର ଲୋକ।
ପ୍ରେମିକର ପରିବାର ଲୋକ ରାଗିଯାଇ ସେଭିଙ୍ଗ ବ୍ଲେଡରେ ଯୁବକଙ୍କ ପ୍ରାଇଭେଟ୍ ପାର୍ଟ କାଟିଦେଲେ। ଯୁବତୀଙ୍କ ପରିବାର ଲୋକ ଘଟାଇଥିବା ଏଭଳି କାଣ୍ଡରେ ଗୁରୁତର ହୋଇଛନ୍ତି ଯୁବକ।
ଘଟଣା ବିଷୟରେ ଜାଣି ପୋଲିସ ତଦନ୍ତ ଜାରି ରଖିଛି।
ସୂଚନା ଅନୁସାରେ ଏହି ଅଞ୍ଚଳର ଜଣେ ୨୫ ବର୍ଷୀୟ ଯୁବକ ଗତ ପାଞ୍ଚ ବର୍ଷ ଧରି ଗାଁର ଅନ୍ୟ ସମ୍ପ୍ରଦାୟର ଜଣେ ଝିଅ ସହିତ ପ୍ରେମ ସମ୍ପର୍କରେ ଥିଲେ।
ଯୁବକ ଜଣକ ପ୍ରାୟତଃ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଲୁଚିକି ଯାଆନ୍ତି। ଯେତେବେଳେ ଝିଅଟିର ପରିବାର ଏହା ଜାଣିପାରିଲେ, ପୁଅଟିକୁ ବୁଝାଇବାକୁ ଚେଷ୍ଟା କରାଗଲା।
କିନ୍ତୁ ଯୁବକ ଜଣକ ଶୁଣିଲେ ନାହିଁ। ଝିଅଟିର ଭାଇ ବହୁତ ଦିନ ଧରି ଯୁବକଟିକୁ ପାନେ ଦବାକୁ ଯୋଜନା କରୁଥିଲା। ଅଭିଯୋଗ ହୋଇଛି ଯେ ମଙ୍ଗଳବାର ରାତିରେ, ତାଙ୍କ ପରିବାରର ଚାପରେ, ଝିଅଟି ପୁଅଟିକୁ ଫୋନ୍ କରି ତାଙ୍କୁ ଭେଟିବାକୁ ଅନୁରୋଧ କରିଥିଲା।
ଯୁବକ ଜଣକ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ, ଝିଅଟିର ପରିବାର ସଦସ୍ୟମାନେ ଆସି ଏକ ସେଭିଙ୍ଗ ବ୍ଲେଡ୍ ସାହାଯ୍ୟରେ ତାଙ୍କ ଗୁପ୍ତାଙ୍ଗ କାଟି ଦେଇଥିଲେ।
ଆହତ ଯୁବକଙ୍କୁ ରାତିରେ ଚିକିତ୍ସା ପାଇଁ ମେଡିକାଲ କଲେଜ ଟ୍ରମା ସେଣ୍ଟରକୁ ପଠାଯାଇଥିଲା। ଯେଉଁଠାରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।