fbpx

Video; ଭୁଷୁଡ଼ି ଯିବ କି କଟକ ସହର!, ରାସ୍ତାରେ ଯାଉଥିଲେ ଲୋକେ ହଠାତ୍ ଦବିଗଲା ରାସ୍ତା ଆଉ ତା’ପରେ….

କଟକ: (ଓଡ଼ିଶା ଭାସ୍କର) କେରଳ ଭୟଙ୍କର ଭୂସଖଲନ ପରି ଏବେ ଓଡିଶାରେ ଦେଖିବାକୁ ମିଳିଛି । ସେ ପୁଣି ସିଲଭର ସିଟିରେ । ସକାଳୁ ସକାଳୁ ଯାଉଥିଲେ ବିଜେପି ନେତା ତଥା ଅଭିନେତା ଶ୍ରୀତମ ଦାସ ହଠାତ୍ ଆପେ ଆପେ ଦବିଗଲା ରାସ୍ତା । ଆଉ କେହି କିଛି ବୁଝିବା ପୂର୍ବରୁ ସମସ୍ତେ ଭୟବିତ ହୋଇଗଲେ । ଏବେ ରାସ୍ତାରେ ଫସିରହିଯାଉଛି ଶହ ଶହ ଗାଡି । ହଠାତ୍ ଗାଡିରୁ ବାହାରି ବିଜେପି ନେତା ରାଗିଗଲେ ଆଉ ଏଭଳି ଦୃଶ୍ୟକୁ ଦେଖି ରାଗି ଯାଇ କହିଲେ ଆଉ କିଛି ଦିନ ପରେ କଟକ ସହର ଭୁଶୁଡି ପଡିବ । ସେନେଇ କଟକ ବାସୀ ଏବେ ଚିନ୍ତାରେ । ଜାଇକା ଯନ୍ତ୍ରଣା ରେ ଜର୍ଜରିତ କଟକ ବାସୀ । ପ୍ରତ୍ୟେକ ଦିନ ଭୋଗୁଛନ୍ତି ଯମ ଯନ୍ତ୍ରଣା ।

କଟକ ସହର ମାଟି ତଳ ଆଉ ସୁରକ୍ଷିତ ନୁହେଁ । ଜାଇକା ଯୋଗୁଁ ଖୋଖଲା ହେବାକୁ ଲାଗିଛି କଟକ ସହର ଭୂତଳ ମାଟି । ବର୍ଷର ବିଭନ୍ନ ସମୟରେ ବିଭିନ୍ନ ସ୍ଥାନରେ ଦବୁଛି ମାଟି, ହାନି ହେଉଛି ବହୁ ଧନ ଜୀବନ । କଟକ ସହରରେ ଏହି ଭଳି ଅନୁନ୍ନତ କାମ କରି ପରିବର୍ତ୍ତନର ନୂଆ ରୂପ ଦେବାକୁ ଯାଉଛି ସି.ଏମ.ସି । ତେବେ ଗତ ଦୁଇଦିନ ତଳେ ଲଘୁଚାପଜନିତ ବର୍ଷା ଯୋଗୁଁ କଟକ ପ୍ରେସ ଛକ ଠାରୁ ନୂଆ ବଜାର ରାସ୍ତା ମଝିରେ ପାଖାପାଖି ପଚାଶ ମିଟର୍ରୁ ଉର୍ଦ୍ଧ୍ୱ ରାସ୍ତା ଦବି ଯାଇଛି । ଏଭଳି କାର୍ଯ୍ୟ କରି ଯେଉଁ ଇଞ୍ଜିନିୟ ଓ ଉଚ୍ଚଅଧିକାରୀଙ୍କ ଟଣାଯାଇ କାର୍ଯ୍ୟନୁଷ୍ଟାନ ନିଆଯିବ ।

ସୂଚନା ଅନୁସାରେ ମାଟି ତଳେ ଜାଇକା ଯେଉଁ ଭଳି ଭାବେ ବିନା ଟେକ୍ନିକାଲ ତରିକାରେ ପାଇପ୍ ଲାଇନ୍ ପକାଉଛି ଯାହା ଫଳରେ ବିଭିନ୍ନ ସ୍ଥାନରେ ମାଟି ଦବି ଯାଉଛି । ଜାଇକାର ଏହି ପ୍ରକଳ୍ପ ତିଆରି କରିବା ସମୟରେ ବିଭାଗୀୟ ଅଧିକାରୀ ସଠିକ୍ ଅନୁଧ୍ୟାନ ନ କରିବାରୁ ଏଭଳି ଅଭାବନୀୟ ଘଟଣା ବାରମ୍ବାର ଘଟୁଛି । ସେପଟେ ସହରବାସୀ ଜାଇକା ଓ ସି ଏମ ସି କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । ଆଜି ଘଟଣାସ୍ଥଳରେ ସି ଏମ୍ ସିର ମେୟର ସୁବାଷ ସିଂ ପହଂଚିବା ସହ ଜାଇକା ର କନିଷ୍ଠ ଯନ୍ତ୍ରୀ ଓ ଶ୍ରୀତମ ଦାସ ପହଞ୍ଚି ଘଟଣାର ଅନୁଧ୍ୟାନ କରିଛନ୍ତି । ଏହାର କିଭଳି ସ୍ଥାୟୀ ସମାଧାନ ହୋଇପାରିବ ସେନେଇ ଆଲୋଚନା କରିଥିଲେ । ଆଉ ଏହି ରାସ୍ତାରେ କେହି ଯାତାୟତ କରିବାକୁ ବାରଣ କରିଛନ୍ତି କଟକ ମେୟର ସୁବାଷ ସିଂ । ତିନିରୁ ୪ ଦିନ ଧରି ବନ୍ଦ ରଖାଯାଇ ଖୁବ୍ ଶ୍ରୀର୍ଘ ଏହାର ମରାମତି କାର୍ଯ୍ୟକାରୀ କରାଯିବ ।

Get real time updates directly on you device, subscribe now.