fbpx

କଟକର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କଲେ ପ୍ରତୀକ ସିଂ

କଟକ, ୧୯ା୭(ଓଡ଼ିଶା ଭାସ୍କର): କଟକର ନୂଆ ଡିସିପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ପ୍ରତୀକ ସିଂ । ପୂର୍ବତନ ଡିସିପି ଅଖିଳେଶ୍ୱର ସିଙ୍କଠାରୁ ଦାୟିତ୍ୱଭାର ସେ ଗ୍ରହଣ କରିଛନ୍ତି । ସେ କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୂଚନା ଦେଇ କହିଛନ୍ତି ଯେ ପୋଲିସର କାର୍ଯ୍ୟପନ୍ଥା ଲୋକାଭିମୁଖ୍ୟ ହେବ । ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯିବ । କଟକ ସହରରେ ଅପରାଧୀ ଦମନ ଅଭିଯାନ ପୂର୍ବ ଭଳି ଜାରି ରହିବ । କଟକ ସହରରେ ଅପରାଧୀମାନଙ୍କ ସ୍ଥାନ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.