ଧରାପଡିଲା ‘ସେକ୍ସଟର୍ସନ’ ଅଭିଯୁକ୍ତ, ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍ ପୋଲିସ
ପୋଲିସ ଜାଲରେ ‘ସେକ୍ସଟର୍ସନ’ ଅଭିଯୁକ୍ତ
କଟକ: ‘ସେକ୍ସଟର୍ସନ’ ଅଭିଯୋଗରେ ନାଇଜେରିଆ ନାଗରିକ ଗିରଫ । ଦିଲ୍ଲୀରୁ ଗିରଫ କଲା କଟକ କମିଶନରେଟ୍ ପୋଲିସ । କଟକର ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭିଡିଓ ଭାଇରାଲ ଅଭିଯୋଗ ଥିଲା ।
ଏହାପରେ ଅଭିଯୁକ୍ତ ଜଣକ ବ୍ଲାକ ମେଲ୍ କରି ଲକ୍ଷାଧିକ ଟଙ୍କା ମହିଳାଙ୍କଠାରୁ ଠକିନେଇଥିଲା । ପୁଣି ଟଙ୍କା ମାଗି ନ ପାଇବାରୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲା ଏହି ଅଭିଯୁକ୍ତ ।
ଏହି କାରଣ ପାଇଁ ପୀଡ଼ିତା ଆତ୍ମହତ୍ୟା କରିଥିଲେ ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ । ପରିବାରର ଅଭିଯୋଗ ପରେ ଖୋଳତାଡ଼ କରି ଧରିଲା କଟକ ପୋଲିସ ।