fbpx

କଟକ: ମାଆର ଗଳାକାଟି ହତ୍ୟା କଲେ ୨ ନୃଶଂସ ପୁଅ, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ

କଟକ: (ଓଡ଼ିଶା ଭାସ୍କର) ମାଆର ଗଳାକାଟି ହତ୍ୟା କଲେ ୨ ନୃଶଂସ ପୁଅ । ୨ ପୁଅ ହତ୍ୟା କରିଥିବା ନେଇ ଚାଉଳିଆଗଞ୍ଜ ଥାନା ପୋଲିସ ପକ୍ଷରୁ ସୂଚନା । ମହାନଦୀ ବିହାର ସ୍ଥିତ ଘରେ ପଡ଼ି ରହିଛି ରକ୍ତାକ୍ତ ମୃତଦେହ । ଜଣେ ପୁଅ ଫେରାର୍ ଥିବାବେଳେ ଅନ୍ୟ ଜଣେ ଅଭିଯୁକ୍ତ ପୁଅ ଅଟକ । ଘଟଣାସ୍ଥଳରେ ଚାଉଳିଆଗଞ୍ଜ ଥାନା ପୋଲିସର ଛାନଭିନ୍‌ ଜାରି ରହିଛି । ତେବେ କେଉଁ କାରଣ ପାଇଁ ହତ୍ୟା କରିଛନ୍ତି ତାହା ଏବେ ପର୍ଯ୍ୟନ୍ତ ଜଣା ପଡ଼ି ନାହିଁ ।

ତେବେ ପ୍ରାଥମିକ ରିପୋର୍ଟରୁ ଯାହା ଜଣାପଡ଼ିଛି ତାହା ପାରିପାରିକ କଳହକୁ ନେଇ ଏପରି ହୋଇଥାଇପାରେ ବୋଲି କୁହାଯାଉଛି । ଅନ୍ୟ ପଟେ ଯାହା ସୂଚନା ରହିଛି ତାହା ସମ୍ପତ୍ତି-ବାଡ଼ିକୁ ନେଇ ଏପରି ଜଙ୍ଘନ୍ୟ ହତ୍ୟା କରାଯାଇଥାଇ ପାରେ ବୋଲି କୁହାଯାଉଛି । ହେଲେ ଏନେଇ ପୋଲିସ ପକ୍ଷରୁ ଅଧିକ ସୂଚନା ମିଳି ପାରିନାହିଁ ।

Get real time updates directly on you device, subscribe now.