fbpx

ସାଇବର ଅପରାଧ କମ୍ କରିବାରେ ସାହାଯ୍ୟ କରିବ ଏଆଇ, ଏହା କିପରି ଜାଣନ୍ତୁ

ନୂଆଦିଲ୍ଲୀ: ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ ବଢିବା ପରେ ସାଇବର ଅପରାଧ ବଢୁଛି ବୋଲି ଆଶଙ୍କା କରାଯାଉଥିଲା । କିନ୍ତୁ ପ୍ରକୃତରେ ଏଆଇ ବହୁ ସ୍ଥାନରେ ଅପରାଧ ରୋକିବା ଦିଗରେ ହିଁ କାମ କରୁଛି । କ୍ଲାଉଡ୍ ସିକ୍ୟୁରିଟି କମ୍ପାନୀ ବାରାକୁଡା ନେଟୱାର୍କସର ଏକ ରିପୋର୍ଟ ଅନୁସାରେ ଏହାର ଏକ୍ସଟେଣ୍ଡେଡ ଡିଟେକ୍ସନ ଆଣ୍ଡ ରେସପନ୍ସ(ଏକ୍ସଡିଆର୍) ଯୋଜନାରେ ଏଆଇ ଆଧାରିତ ପାଟର୍ନ ବିଶ୍ଲେଷଣରେ ଏପରି ହଜାର ସାଇବର ଆଟାକ ଯୋଜନାର ସଫଳତାପୂର୍ବକ ସନ୍ଧାନ କରାଯାଇପାରିଛି ଯାହା ସାହଯ୍ୟରେ ସାଇବର ଅପରାଧିମାନେ କୌଣସି ବଡ ସାଇବର ଅପରାଧ ଘଟାଇ ପାରିଥାନ୍ତେ ।

ଏଆଇ ସହଯୋଗରେ ବଡରୁ ଅତି ବଡ ସାଇବର ଅପରାଧକୁ ଅସଫଳ କରିଦିଆଯାଇପାରିବ । ଏଆଇ କୌଣସି ସର୍ଭର କିମ୍ବା ସିଷ୍ଟମର ସାମାନ୍ୟ ଗତିବିଧିର ଶୈଳୀକୁ ଚିହ୍ନଟ କରି ଏବଂ ଦୋଷ ଦୂର୍ବଳତାକୁ ଚିହ୍ନଟ କରି ଏହାର କ୍ଷମତା ପ୍ରମାଣିତ କରିପାରିଛି । ଭ୍ୟାଲିଡ କ୍ରିଡେନସିଆଲର ଉପଯୋଗ କରି ଆକାଉଣ୍ଟସ ହ୍ୟାକ୍ କରିବାକୁ ପ୍ରୟାସ କରୁଥିବା ସାଇବର ଅପରାଧୀଙ୍କୁ ଚିହ୍ନଟ କରିବା ସମୟରେ ଏହି ଅସାଧରଣ କ୍ଷମତା ଏଆଇକୁ ଏକ ଉତ୍ତମ ସୁରକ୍ଷା ଉପକରଣରେ ପରିବର୍ତ୍ତିତ କରିଦେବ । ଏଆଇର କ୍ଷମତା ବଡ ସାଇବର ଆକ୍ରମଣକୁ ରୋକିବାରେ ସମର୍ଥ ହୋଇପାରିବ ।

Get real time updates directly on you device, subscribe now.