fbpx

ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବହୁତ ବ୍ୟବହାର, ସାଇବର କ୍ରାଇମ ରୋକିବାକୁ ନଜର ରଖିଛନ୍ତି ସରକାର

ନୂଆଦିଲ୍ଲୀ, ୧୨ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ତାଲାବନ୍ଦରେ ସୋସିଆଲ୍ ମିଡ଼ିଆର ବ୍ୟବହାର ବହୁତ ହେଉଛି । ଏନେଇ ସାଇବର କ୍ରାଇମ ରୋକିବାକୁ ସରକାର ନଜର ରଖିଛନ୍ତି । ଜରୁରୀ ସାମଗ୍ରୀର ପରିବହନରେ କୌଣସି କଟକଣା ନାହିଁ । ଦେଶରେ ଏଯାଏଁ ୧,୮୬,୯୦୬ ନମୁନା ପରୀକ୍ଷା ହୋଇଛି । ପ୍ରତିଦିନ ପରି ୧୫ହଜାରରୁ ଅଧିକ ଟେଷ୍ଟ ହେଉଛି । ଏପର୍ଯ୍ୟନ୍ତ ୪.୩ ପ୍ରତିଶତ ସାମ୍ପୁଲ ପଜିଟିଭ୍ ବାହାରିଛି ବୋଲି ଆଇସିଏମଆର ପକ୍ଷରୁ ରିପୋର୍ଟ ମିଳିଛି । ଏହାସହ ୨୪ଘଣ୍ଟାରେ ୩୪ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଅଗ୍ରୱାଲ । ଏଯାଏଁ ୮୩୫୬ ଜଣ ଆକ୍ରାନ୍ତ ହୋଇଛନ୍ତି । କରୋନାରୁ ୭୧୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ୬୦୧ କୋଭିଡ଼ ହସ୍ପିଟାଲରେ ଏକ ଲକ୍ଷ ୫ହଜାର ଶଯ୍ୟା ରହିଛି ।

Get real time updates directly on you device, subscribe now.