fbpx

ରାଜ୍ୟରେ ସାଙ୍ଘାତିକ ହେଲାଣି ସାଇବର କ୍ରାଇମ୍; ଡିଜିଟାଲ ଆରେଷ୍ଟରେ ପ୍ରଭାବିତ ନହେବାକୁ DCPଙ୍କ ବାର୍ତ୍ତା

'ପାର୍ବଣ ଋତୁରେ ଲୋକମାନେ ବେଶୀ ସଜାଗ ରହିବା ଆବଶ୍ୟକ'

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ରାଜ୍ୟରେ ଭୟଙ୍କର ଭାବେ ବଢ଼ୁଛି ସାଇବର ଅପରାଧ । cyber crime ବଢୁଥିବା ନେଇ କହିଲେ ଡିସିପି ପିନାକ ମିଶ୍ର । ଗତ ୯ ମାସ ଭିତରେ ୩୬୬୦ଟି ସାଇବର ମାମଲା ରୁଜୁ ହୋଇଛି । ପାଖାପାଖି ୬୮ କୋଟି ୬୯ ଲକ୍ଷ ୯୦ ହଜାର ୮୭୫ ଟଙ୍କା ଠକେଇ ହୋଇଛି । ସେଥିରୁ ୧୧ କୋଟି ୭୪ ହଜାର ୬୪୩ ଟଙ୍କା ଫ୍ରିଜ୍‌ କରାଯାଇଛି ।

୧ କୋଟି ୪୦ ଲକ୍ଷ ଟଙ୍କା ଫେରସ୍ତ କରାଯାଇଥିବା କହିଲେ ଡିସିପି । ପାର୍ବଣ ଋତୁରେ ଲୋକମାନେ ବେଶୀ ସଜାଗ ରହିବା ଆବଶ୍ୟକ । ଡିଜିଟାଲ ଆରେଷ୍ଟରେ ଲୋକମାନେ ପ୍ରଭାବିତ ହେବା ଅନୁଚିତ୍ । ଡିଜିଟାଲ ଆରେଷ୍ଟ ପ୍ରତି ଲୋକ ମାନେ ସତର୍କ ହେବା ଅଧିକ ଆବଶ୍ୟତ ରହିଛି । ୟୁପିଆଇ, କ୍ରେଡିଟ ଓ ଡେବିଟ୍ କାର୍ଡ ମାଧ୍ୟମରେ ସର୍ବାଧିକ ଠକେଇ ହେଉଥିବା ଦେଖାଯାଉଛି ।

ସାଇବର ଠକ ମାନେ ଅଶ୍ଲୀଳ ଭିଡିଓ ଦେଖାଇ, ବକେୟା ବିଦ୍ୟୁତ ବିଲ୍ ଆଳ ଦେଖାଇ, ଲୋନ୍ ଆପ ବାହାନା କରି ଟଙ୍କା ହଡ଼ପ କରିନେଉଛନ୍ତି । ଏପରିକି ଡିଜିଟାଲ ଆରେଷ୍ଟର ଧମକ ଦେଇ ଲୋକଙ୍କୁ ଠକୁଛନ୍ତି । ଏପରିକି ସବୁଠୁ ଅଧିକ ଶିକ୍ଷିତ ଲୋକମାନେ ଏଭଳି ଚତୁର ଠକଙ୍କ ଆଗରେ ହାର ମାନିବାକୁ ବାଧ୍ୟ ହେଉଛନ୍ତି । ତେବେ ସାଇବର ଠକଙ୍କ ଠାରୁ ସତର୍କ ରହିବା ପାଇଁ ଡିସିପି ପିନାକ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.