ମାତିଛନ୍ତି ସାଇବର ଠକ, ନୂଆ ଉପାୟରେ ଲଗାଉଛନ୍ତି ଚୂନ

ଚନ୍ଦ୍ରଶେଖରପୁର: ପୋଲିସ ଡାଳେ ଡାଳେ ଗଲେ ଚୋର ପତ୍ରେ ପତ୍ରେ ଯାଉଛନ୍ତି। ବଢିଚାଲିଥିବା ସାଇବର ଠକେଇକୁ ନଜରରେ ରଖି ସରକାର ଏବଂ ପୋଲିସ ବିଭିନ୍ନ ପଦକ୍ଷେପ ନେଉଥିଲେ ମଧ୍ୟ ତାହା ଫଳପ୍ରଦ ହେଉ ନ ଥିବା ଦେଖିବାକୁ ମିଳୁଛି। ଏବେ ସାଇବର ଲୁଟେରାମାନେ ବିନା ଓଟିପିରେ ମଧ୍ୟ ତାଙ୍କ ନେଇଯାଉଛନ୍ତି।

ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ନା ଓଟିପି ଦେଇଥିଲେ ନା କୌଣସି ବ୍ୟାଙ୍କ ତଥ୍ୟ । ହେଲେ ଆଧାର ଓ ପାନ କାର୍ଡର ତଥ୍ୟ ୱେବସାଇଟରେ ଅପଲୋଡ୍ କରୁ କରୁ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଉଡି ଯାଇଥିଲା। ଏମିତି ଅଭିଯୋଗ ଆସିଛି ଚନ୍ଦ୍ରଶେଖରପୁର ଅଞ୍ଚଳରୁ। ଏଥର ସାଇବର ଠକଙ୍କ ଜାଲରେ ପଡ଼ିଛନ୍ତି ଜଣେ ଇଞ୍ଜିନିୟରିଂ କଲେଜ ଅଧ୍ଯକ୍ଷ। ଟଙ୍କା ଫେରିବାକୁ ସେ ଥାନା ନାର ଦ୍ବାରସ୍ଥ ହୋଇଥିଲେ। ପରେ ସେ ସାଇବର ଥାନାରେ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କିସ୍କୁଙ୍କ ପାଖକୁ ବିଦ୍ୟୁତ୍ ବିଲ ପୈଠ କରିବାକୁ ଏକ ମେସେଜ ଆସିଥିଲା। ମେସେଜରେ ଥିବା ଫୋନ୍ ନମ୍ବରରେ କଲ କରିବା ପରେ କେମିତି ପୈଠ ହେବ ସେ ବୁଝିଥିଲେ। ଠକ ଜଣଙ୍କ ସମସ୍ତ ତଥ୍ୟ ଦେବା ସହ ଏକ ୱେବସାଇଟ୍ ଦେଇଥିଲା। ପ୍ରଶାନ୍ତ ସେ ୱେବସାଇଟରେ ଆଧାର ଏବଂ ପ୍ୟାନ ନମ୍ବର ଦେବା ପରେ ଟଙ୍କା କଟିବା ଆରମ୍ଭ ହୋଇଥିଲା। ଚାହୁଁ ଚାହୁଁ ୧ ଲକ୍ଷ ଟଙ୍କା ଉଡି ଯାଇଥିଲା। ସେଥିରେ ଥିବା ଫୋନ୍‌ ନମ୍ବରରେ କଲ କରିଥିଲେ । ହେଲେ ତାହା ସୁଇଚ୍ ଅଫ ଆସିଥିଲା। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।